www.samajalive.in
Sunday, December 14, 2025
26.1 C
Bhubaneswar

ରାଜ୍ୟଗୁଡ଼ିକୁ ୪୫ହଜାର ଅତିରିକ୍ତ ଟିକସ ଭାଗ ଦେଲା କେନ୍ଦ୍ର : ଓଡ଼ିଶା ଭାଗରେ ୨୦୮୩ କୋଟି

ନୂଆଦିଲ୍ଲୀ : ନୂଆ ଆର୍ଥିକ ବର୍ଷ ଆରମ୍ଭରେ ରାଜ୍ୟଗୁଡିକୁ ଟିକସ ଭେଟି ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ସବୁ ରାଜ୍ୟଗୁଡିକ ଲାଗି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରାୟ ୪୫ହଜାର କୋଟିର ଅତିରିକ୍ତ ଟିକସ ଭାଗ ଦେଇଛନ୍ତି। ଏହା ୨୦୨୦-୨୧ ଆର୍ଥିକ ବର୍ଷର ସଂଶୋଧିତ ଅଟକଳର ତୁଳନାରେ ୮.୨ ପ୍ରତିଶତ ଅଧିକ। ଏହି ଅତିରିକ୍ତ ଟିକସରୁ ଓଡିଶା ଭାଗରେ ୨୦୮୩ କୋଟି ଟଙ୍କା ମିଳିବ। ଗତ ଆର୍ଥିକ ବର୍ଷରେ ଓଡିଶା ନିଜର ଟିକସ ଭାଗ ଆକାରରେ କେନ୍ଦ୍ର ସରକାରଙ୍କ ଠାରୁ ୨୫,୪୬୦ କୋଟି ଟଙ୍କା ପାଇବାର ଅଟକଳ କରାଯାଇଥିଲା; କିନ୍ତୁ ଓଡିଶା ବର୍ତ୍ତମାନର ଅତିରିକ୍ତ ଟିକସକୁ ମିଶାଇ ମୋଟ ୨୭,୫୪୩ କୋଟି ଟଙ୍କା ପାଇବ। ଗତ ଆର୍ଥିକ ବର୍ଷର ୪ର୍ଥ ତ୍ରୟମାସରେ ଟିକସ ଆଦାୟରେ ସୁଧାର ଆସିବା ପରେ ସରକାର ନିଜର ପୂର୍ବ ଅଟକଳକୁ ବୃଦ୍ଧି କରି ରାଜ୍ୟଗୁଡିକୁ ଅତିରିକ୍ତ ଟିକସ ଭାଗ ପ୍ରଦାନ କରିଛନ୍ତି। ଏହି ୪୫ହଜାର କୋଟିର ଟିକସକୁ ଦୁଇଟି କିସ୍ତିରେ ପ୍ରଦାନ କରାଯାଇଛି। ପ୍ରଥମ କିସ୍ତିରେ ୧୪,୫୦୦ କୋଟି ଓ ୨ୟ କିସ୍ତିରେ ୩୦,୫୦୦ କୋଟି ପ୍ରଦାନ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟଗୁଡିକୁ ୫ଲକ୍ଷ ୪୯ହଜାର ୯୫୯ କୋଟିର ଟିକସ ଭାଗ ପ୍ରଦାନ କରିବାକୁ ଧାର୍ଯ୍ୟ ହୋଇଥିଲା। ଯାହାକି କେନ୍ଦ୍ର ସରକାରଙ୍କ ମୋଟ ଟିକସର ୪୧%। ପରବର୍ତ୍ତି ସମୟରେ ଏହି ଟିକସ ପରିମାଣକୁ ସଂଶୋଧନ କରାଯାଇ ୫ଲକ୍ଷ ୯୪ହଜାର ୯୯୬ କୋଟିକୁ ବୃଦ୍ଧି କରାଯାଇଥିଲା। ଯାହା ପୂର୍ବ ଅଟକଳ ତୁଳନାରେ ୪୫ ହଜାର କୋଟି ଅଧିକ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories