www.samajalive.in
Saturday, December 13, 2025
21.1 C
Bhubaneswar

ଭାରତରେ ୨୦୨୩ ହକି ବିଶ୍ବକପ : ଆମ ପାଇଁ ଆଉ ଏକ ସୁଯୋଗ-ମନପ୍ରୀତ୍‌

ଭୁବନେଶ୍ବର : ଭାରତକୁ ୨୦୨୩ ପଞ୍ଚଦଶତମ ପୁରୁଷ ହକି ବିଶ୍ବକପ ଆୟୋଜନ ନେଇ ଅଧିକାର ମିଳିଛି। ଲଗାତାର ଭାରତ ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରିବ। ୨୦୧୮ ହକି ବିଶ୍ବକପରେ ପୋଡ଼ିୟମ ଶୀର୍ଷ ସ୍ଥାନ ହାସଲ ନେଇ ଆମ ନିକଟ​‌େ​‌ର ସୁଯୋଗ ରହିଥିଲେ ମଧ୍ୟ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ଜାତୀୟ କ୍ରୀଡ଼ା ହକି ବିଶ୍ବକପକୁ ଆମେ ପୁନର୍ବାର ଘରୋଇ ପଡ଼ିଆରେ ଖେଳିବାର ସୁଯୋଗ ପାଇବୁ। ୧୯୭୫ ପରେ ଆଉ ଥରେ ପୋଡିୟମର ଶୀର୍ଷ ସ୍ଥାନରେ ଛିଡ଼ା ହେବା ନେଇ ଆମ ନିକଟରେ ଆଉ ଏକ ସୁଯୋଗ ଆସିଛି ବୋଲି କହିଛନ୍ତି ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂହ।
କଳିଙ୍ଗ ଷ୍ଟାଡ଼ିୟମରେ ୨୦୧୮ରେ ଖେଳାଯାଇଥିବା ହକି ବିଶ୍ବକପରେ ଆମେ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରିନଥିଲୁ । ଘରୋଇ ପଡ଼ିଆରେ ବିଶ୍ବକପ ଜିତିବା ନେଇ ଆମ ନିକଟରେ ସୁଯୋଗ ରହିଥିଲେ ମଧ୍ୟ କ୍ବାର୍ଟର ଫାଇନାଲରେ ନେଦରଲାଣ୍ଡ୍‌ସ ନିକଟରୁ ପରାଜିତ ହୋଇଥିଲୁ। ଯାହା ଏବେ ବି ଆମକୁ ଆନ୍ଦୋଳିତ କରୁଛି। ୨୦୨୩ ବିଶ୍ବକପ ଆଉ ୩ ବର୍ଷରୁ ଅଧିକ ସମୟ ରହିଛି। ଦଳରେ ବର୍ତ୍ତମାନ ଏକାଧିକ ଯୁବ ଖେଳାଳି ରହିଛନ୍ତି। ଯୁବ ଖେଳାଳିମାନେ ୩ ବର୍ଷ ମଧ୍ୟରେ ନିଜକୁ ଦକ୍ଷ ଓ ପରିପକ୍ବ କରିବାରେ ସକ୍ଷମ ହୋଇପାରିଥିବେ। ବିଶ୍ବକପ ପୂର୍ବରୁ ଆମକୁ ଏବେ ପ୍ରୋ-ହକି ଲିଗ୍‌ ଓ ୨୦୨୦ ଟୋକିଓ ଅଲିମ୍ପିକ୍‌ସ ଓ ଏସିଆନ୍‌ ଚମ୍ପିଆନ୍ସ ଟ୍ରଫି ହକି ପ୍ରଦର୍ଶନ ଉପରେ ନଜର ଦେଇଛୁ। ପ୍ରୋ- ହକି ଲିଗ୍‌ ଅଲିମ୍ପିକ୍‌ସ ପ୍ରସ୍ତୁତିରେ ସହାୟକ ହେବ। ଅଲିମ୍ପିକ୍‌ସର ପ୍ରଦର୍ଶନ ବିଶ୍ବକପର ମନୋବଳକୁ ବୃଦ୍ଧି କରିବ। ଏଥିନେଇ ଆମକୁ ଏହି ଦୁଇ ତିନି ବର୍ଷ ଭଲ ହକି ଖେଳିବାର ସମୟ ଆସିଛି ବୋଲି ମନପ୍ରୀତ କହିଛନ୍ତି। ଓଡ଼ିଶା ସରକାରଙ୍କ ହକି ପ୍ରତି ଉତ୍ସାହ ଓ ଉନ୍ନତମାନର ହକି ଭିତ୍ତିଭୂମି ସହ ୨୦୧୮ ହକି ବିଶ୍ବକପକୁ ଶ୍ରେଷ୍ଠ ଆୟୋଜନରେ ପରିଣତ କରିବାରେ ସଫଳ ହୋଇଥିଲା। ଉକ୍ତ ସଫଳତା ପାଇଁ ଭାରତକୁ ୨୦୨୩ ବିଶ୍ବକପ ଅଧିକାର ମିଳିଛି। ୨୦୨୩ ବିଶ୍ବକପ ଲାଗି ଭାରତ ଆୟୋଜକ ଦଳ ଭାବେ ଯୋଗ୍ୟତା ହାସଲ କରିବ। ଏହା ପୂର୍ବରୁ ଏସିଆ କପ୍‌ରେ ମଧ୍ୟ ଯୋଗ୍ୟତା ହାସଲ ନେଇ ସୁଯୋଗ ରହିବ। ଏ​‌େ​‌ବ ଆମକୁ ସଠିକ୍‌ ରାସ୍ତାରେ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ମନପ୍ରୀତ କହିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories