www.samajalive.in
Wednesday, December 10, 2025
14.1 C
Bhubaneswar

ଦେଶରେ ଆରମ୍ଭ ହେବ ୫ଜି ସେବା

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହେବ ୫ଜି ସେବା । ଏନେଇ ଆଜି ବଜେଟ୍‍ ଉପସ୍ଥାପନା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଟେଲିମକ୍‍ ପ୍ରଦାନକାରୀଙ୍କ ଦ୍ୱାରା ୫ଜି ସେବା ଯୋଗାଇଦିଆଯିବ । ଏଥିପାଇଁ ଚଳିତ ବର୍ଷରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ଦୁର୍ଗମ ବା ଅପହଞ୍ଚ ଅଞ୍ଚଳରେ ଭଲ ବ୍ରଡବ୍ୟାଣ୍ଡ ସହ ମୋବାଇଲ ଯୋଗାଯୋଗ କରିବା ନେଇ ବ୍ୟବସ୍ଥା କରାଯିବ । ୫ଜି ଇକୋସିଷ୍ଟମ୍ ପାଇଁ ଡିଜାଇନ୍ ପ୍ରସ୍ତୁତ କରାଯିବ । ସୁଲଭ ବ୍ରଡବ୍ୟାଣ୍ଡ ଏବଂ ମୋବାଇଲ୍ ସେବାକୁ ସକ୍ଷମ କରିବା ଏବଂ ଗ୍ରାମାଞ୍ଚଳରେ ବିସ୍ତାର କରିବାକୁ ୫ଜିକୁ କାର୍ୟ୍ୟକାରୀ କରିବାକୁ ଅର୍ଥମନ୍ତ୍ରୀ କହିଛନ୍ତି । ୫ଜି ଦ୍ୱାରା ଟେକ୍ନୋଲୋଜି ଏବଂ ବ୍ୟବସାୟିକରଣକୁ ମଧ୍ୟ ବୃଦ୍ଧି କରାଯାଇପାରିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories