www.samajalive.in
Saturday, December 6, 2025
26.1 C
Bhubaneswar

୨୦୨୦ ଚନ୍ଦ୍ରଯାନ-୩ ଓ ଗଗନଯାନର ବର୍ଷ ହେବ: ଶିବନ

ବେଙ୍ଗାଲୁରୁ: ୨୦୨୦ ଚନ୍ଦ୍ରଯାନ-୩ ଏବଂ ଗଗନଯାନର ବର୍ଷ ହେବ ବୋଲି କହିଛନ୍ତି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଅଧ୍ୟକ୍ଷ କେ. ଶିବନ। ବୁଧବାର ନୂଆବର୍ଷ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶିବନ କହିଛନ୍ତି, ଭାରତର ଚନ୍ଦ୍ର ଅଭିଯାନର ୩ୟ ସଂସ୍କରଣ ଚନ୍ଦ୍ରଯାନ-୩କୁ ସରକାରଙ୍କ ଦ୍ବାରା ଅନୁମୋଦନ ମିଳିସାରିଛି। ଏହି ଅଭିଯାନ ପାଇଁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ମୁନ୍‌ ମିଶନ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ ଚନ୍ଦ୍ରଯାନ-୩ ପ୍ରାୟ ଏହାର ପୂର୍ବଜ ଚନ୍ଦ୍ରଯାନ-୨ ସଦୃଶ ହେବ ବୋଲି ସେ କହିଛନ୍ତି।

ଶିବନ କହିଛନ୍ତି, ଚନ୍ଦ୍ରଯାନ-୨ରେ ଅର୍ବିଟର, ଲ୍ୟାଣ୍ଡର ଏବଂ ରୋଭର ଥିଲା। ଚନ୍ଦ୍ରଯାନ-୩ରେ ଚଳନଶକ୍ତି ସହିତ ଲ୍ୟାଣ୍ଡିଂ ଏବଂ ରୋଭର ରହିବ। ଇସ୍ରୋ ପାଇଁ ୨୦୨୦ ଘଟଣାବହୁଳ ରହିବ ବୋଲି  ସେ କହିଛନ୍ତି। ଏହା ସହିତ ୨୦୧୯ରେ ଇସ୍ରୋ ପାଇଥିବା ସଫଳତା ଏବଂ ଆଗାମୀ ଯୋଜନା ସମ୍ପର୍କରେ କହିଥିଲେ। ଗଗନଯାନ ପାଇଁ ଜାନୁୟାରୀ ୩ୟ ସପ୍ତାହରେ ୪ ମହାକାଶଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ନେଇ ଯୋଜନା ରହିଛି। ଗଗନଯାନ ଭାରତର ପ୍ରଥମ ମ୍ୟାନ୍‌ ମିଶନ। ୨୦୨୨ରେ ଏହା ସହିତ ୩ ମହାକାଶଚାରୀଙ୍କୁ ମହାକାଶକୁ ପଠାଯିବ ଏବଂ ସେମାନଙ୍କୁ ସୁରକ୍ଷିତ ଫେରାଇ ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୯ରେ ଆମେ ଇସ୍ରୋର ସାମର୍ଥ୍ୟ ସମ୍ପ୍ରସାରଣ କରିବା ଲାଗି ଯୋଜନା ଥିଲା। ତେଣୁ ତାମିଲନାଡୁର ଥୁଠୁକୁଡ଼ିରେ ୨ୟ ସ୍ପେସ୍‌ ପୋର୍ଟ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯାଇଛି ବୋଲି ଶିବନ କହିଥିଲେ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories