www.samajalive.in
Saturday, December 13, 2025
21.1 C
Bhubaneswar

କରୋନା ମୁକାବିଲା – କେନ୍ଦ୍ରର ୨୦୦ ପୃଷ୍ଠାର ସତ୍ୟପାଠ

ନୂଆଦିଲ୍ଲୀ: କରୋନା ମହାମାରୀକୁ ମୁକାବିଲା ନିମନ୍ତେ କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଯୋଜନା ସମ୍ପର୍କରେ ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟରେ ୨୦୦ ପୃଷ୍ଠାର ସତ୍ୟପାଠ ଦାଖଲ କରିଛନ୍ତି। ଯୋଜନାରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ଯୋଗାଇ ଦେଇଥିବା ଅତ୍ୟାବଶ୍ୟକ ଡାକ୍ତରୀ ସାମଗ୍ରୀ ଓ ସେବା ସମ୍ପର୍କରେ ସବିଶେଷ ତାଲିକା ଦେଇଛନ୍ତି। କରୋନା ମହାମାରୀକୁ ମୁକାବିଲା ନିମନ୍ତେ କେନ୍ଦ୍ର ସରକାରଙ୍କ ନିଜସ୍ବ ଯୋଜନା ସହିତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ସ୍ଥାନୀୟ ପ୍ରଶାସନ ଓ ବିଭିନ୍ନ ଅଂଶୀଦାରଙ୍କୁ ଆବଶ୍ୟକ ଯୋଜନା ପ୍ରସ୍ତୁତ ଲାଗି କ୍ଷମତା ପ୍ରଦାନ କରାଯାଇଥିବା କେନ୍ଦ୍ର ଦର୍ଶାଇଛି। ଦେଶରେ କରୋନା ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡୁ ହସ୍ତକ୍ଷେପ ପୂର୍ବକ ଗତ ୨୩ ତାରିଖରେ କେନ୍ଦ୍ର ଠାରୁ ସବିଶେଷ ଯୋଜନା ସମ୍ପର୍କରେ ତଥ୍ୟ ଲୋଡିଥିଲେ। ବିଶେଷକରି ଅମ୍ଳଜାନ ଉତ୍ପାଦନ ଓ ବଣ୍ଟନ, ଅତ୍ୟାବଶ୍ୟକ ଔଷଧ, ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଟିକା ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ତଥ୍ୟ ଲୋଡିଥିଲେ।

ସତ୍ୟପାଠରେ ସରକାର ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିୟମିତ ଭାବେ ଅମ୍ଳଜାନ ଉତ୍ପାଦନ ବୃଦ୍ଧି ଓ ବଣ୍ଟନ ସମ୍ପର୍କରେ ସମୀକ୍ଷା କରୁଛନ୍ତି। ଶିଳ୍ପ ପାଇଁ ଅମ୍ଳଜାନ ଯୋଗାଣକୁ ବନ୍ଦ କରି ଡାକ୍ତରଖାନାକୁ ଯୋଗାଣ ନିମନ୍ତେ ନିର୍ଦେଶ ଦିଆଯାଇଛି। ବିଭିନ୍ନ ରାଜ୍ୟ ପାଇଁ ଅମ୍ଳଜାନ ଆବଶ୍ୟକତା ନେଇ ଯେଉଁ ଆକଳନ କରାଯାଇଥିଲା ତାହା ବହୁତ ବୃଦ୍ଧି ପାଇବାରୁ ଏହାର ଅଭାବ ଦେଖାଯାଇଛି। କେନ୍ଦ୍ର ସରକାର କହିଛନ୍ତି ଯେ କରୋନାର ଦ୍ବିତୀୟ ଲହର ଏଭଳି ଭୟଙ୍କର ଭାବେ ଆସିବ ବୋଲି ଭାବି ନ ଥିଲେ। ସେପ୍ଟେମ୍ବର ମଧ୍ୟ ଭାଗରେ ସଂକ୍ରମଣ କମ୍ ଥିଲା। ଏହା ସତ୍ତ୍ବେ ସରକାର ଜିଲାସ୍ତର ପର୍ଯ୍ୟନ୍ତ କରୋନା ସ୍ଥିତି ଉପରେ ନଜର ରଖିଥିଲେ। ରାଜ୍ୟଗୁଡିକୁ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା। ସମସ୍ତ ସତର୍କତା ସତ୍ତ୍ବେ ଦ୍ବିତୀୟ ଲହର ଅପ୍ରତ୍ୟାଶିତ ଭାବେ ଉତ୍କଟ ଆକାର ଧାରଣ କରିଥିଲା। ଏହାର ମୁକାବିଲା ପାଇଁ ସରକାର ଟିକାକରଣ ଉପରେ ଗୁରୁତ୍ବ ଦେଇଥିଲେ। ଜାନୁଆରୀରୁ ଟିକାକରଣ ଆରମ୍ଭ ହୋଇଥିଲା।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories