www.samajalive.in
Tuesday, December 9, 2025
15.1 C
Bhubaneswar

ନିଜ ବାପା, ମା’ ଭଉଣୀଙ୍କ ସମେତ ପରିବାରର ୪ ସଦସ୍ୟଙ୍କୁ ଗୁଳିକରି ହତ୍ୟାକଲା ୨୦ ବର୍ଷର ଯୁବକ

ଚଣ୍ଡିଗଡ: ହିରଆଣାର ରୋହତକରେ ନିଜ ବାପା, ମା’, ଭଉଣୀଙ୍କ ସମେତ ପରିବାରର ୪ ଜଣ ସଦସ୍ୟଙ୍କୁ ଗୁଳିକରି ହତ୍ୟା କରିଛି ଜଣେ ୨୦ ବର୍ଷ ବୟସ୍କ ଯୁବକ। ତେବେ ଏହାପରେ ପୁଲିସ ତଦନ୍ତ କରି ଉକ୍ତ ଯୁବକକୁ ଗିରଫ କରିଥିବା ଜଣାଯାଇଛି। ରାଜ୍ୟରେ ଜଣେ ଅଧିକାରୀ କହିଛନ୍ତି, ଅଗଷ୍ଟ ୨୭ ତାରିଖରେ ଏହି ଘଟଣା ଘଟିଛି। ୪୫ ବର୍ଷ ବୟସ୍କ ଜଣେ ଜମିବାଡି ଡିଲର, ତାଙ୍କ ପତ୍ନୀ, ତାଙ୍କ ଶାଶୁ, ୧୯ ବର୍ଷର ଝିଅ ଏବଂ ଅନ୍ୟମାନେ ଘରେ ଥିବାବେଳେ ତାଙ୍କର ୨୦ ବର୍ଷ ବୟସ୍କ ପୁଅ ଏଭଳି ନାରକୀୟ କାଣ୍ଡ ଘଟାଇଥିଲା। ସେ ଆଖିବୁଜା ଗୁଳିଚଳାଇବାରୁ ଘଟଣାସ୍ଥଳରେ ଯୁବକଙ୍କ ବାପା ତଥା ଜମିବାଡି ଡିଲର, ତାଙ୍କ ପତ୍ନୀ ଏବଂ ଶାଶୁଙ୍କର ମୃତ୍ୟୁ ଘଟିଥିବାବେଳେ ୧୯ ବର୍ଷ ଝିଅ ହସପିଟାଲରେ ପ୍ରାଣ ହରାଇଥିଲା। ପୁଲିସ ଘଟଣା ସମ୍ପର୍କରେ ତଦନ୍ତ କରି ଯୁବକ ଜଣକ ମୁଖ୍ୟ ଅଭିଯୁକ୍ତ ବୋଲି ଜାଣିବା ପରେ ତାକୁ ଗିରଫ କରିଛି। ରୋହତକ ପୁଲିସ ଅଧୀକ୍ଷକ ରାହୁଲ ଶର୍ମା କହିଛନ୍ତି, ମଙ୍ଗଳବାର ସଂଧ୍ୟାରେ ଏହି ଅଭିଯୁକ୍ତ ଯୁବକ ଅଭିଷେକକୁ ଗିରଫ କରାଯାଇଛି। ଏଥିରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି, ସେ ସମ୍ପର୍କରେ ତଦନ୍ତ କରାଯାଉଥିବା ପୁଲିସ ଅଧିକାରୀ କହିଛନ୍ତି। ତେବେ ହତ୍ୟାର ନିର୍ଦ୍ଦିଷ୍ଟ କାରଣ ଜାଣିବାକୁ ପୁଲି ତଦନ୍ତ ଜାରି ରଖିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories