ନୂଆଦିଲ୍ଲୀ : ପ୍ରତିବର୍ଷ ଭଳି ଚଳିତବର୍ଷ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ୨୦ ଜଣ ସାହସୀ ଶିଶୁଙ୍କ ପରେଡ ଦେଖିବାକୁ ମିଳିବ ନାହିଁ। ସମଗ୍ର ଦେଶରୁ ୨୦ ଜଣ ସାହସୀ ଶିଶୁଙ୍କୁ ମନୋନୀତ କରି ପ୍ରତିବର୍ଷ ଏହି କାର୍ଯ୍ୟକ୍ରମରେ ସାମିଲ କରୁଥିବା ସ୍ବେଚ୍ଛାସେବୀ ସଂସ୍ଥା ଭାରତୀୟ ଶିଶୁ କଲ୍ୟାଣ ପରିଷଦ (ଆଇସିସିଡବ୍ଲ୍ୟୁ)କୁ ସରକାର ନିଜଠାରୁ ପୃଥକ କରିଛନ୍ତି। ଏହି ସଂସ୍ଥା ଉପରେ ଆର୍ଥିକ କାରବାର ସମ୍ବନ୍ଧୀୟ କିଛି ଅଭିଯୋଗ ରହିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ଶିଶୁ ଓ ମହିଳା ବିକାଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିବା ପ୍ରମୁଖ ଇଂଲିଶ ଗଣମାଧ୍ୟମ ‘ଟାଇମ୍ସ ଅଫ ଇଣ୍ଡିଆ’ ଉଲ୍ଲେଖ କରିଛି। ରିପୋର୍ଟ ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଶିଶୁ ପୁରସ୍କାର’ ବିତରଣ ଯୋଜନା ଆରମ୍ଭ କରାଯାଇଛି। ସେଥିନେଇ ଇତିମଧ୍ୟରେ ୨୬ ଜଣ ଶିଶୁଙ୍କୁ ଚିହ୍ନଟ କରାଯାଇଛି। ଆଇସିସିଡବ୍ଲ୍ୟୁ ସଂସ୍ଥା ୧୯୫୭ରୁ ସାହସୀ ଶିଶୁଙ୍କୁ ମନୋନୀତ କରି ଜାନୁଆରୀ ୨୬ ପରେଡରେ ସାମିଲ କରିଆସୁଥିଲା।
Popular Categories



