ଡେସ୍କ: ଆଜି ଅପରାହ୍ନରେ +୨ ଧନ୍ଦାମୂଳକ ଶିକ୍ଷା ୨୦୨୩ର ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଉତ୍ତୀର୍ଣ୍ଣ ହାର ୬୭.୪୮% ରହିଛି। ଚଳିତ ବର୍ଷ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ୩ ହଜାର ୮୬୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଏଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀ ଆଗରେ ରହିଛନ୍ତି। ଛାତ୍ରୀ ପାସ ହାର ୭୧.୧୦% ଓ ଛାତ୍ର ପାସ ହାର ୬୪.୨୩% ଥିବା ବେଳେ ପ୍ରଥମ ଶ୍ରେଣୀରେ ୮୪୩, ଦ୍ଵିତୀୟରେ ୧ ହଜାର ୭୫୧, ତୃତୀୟ ଶ୍ରେଣୀରେ ୧ ହଜାର ୧୧୫ ଓ କମ୍ପାର୍ଟମେଣ୍ଟରେ ୧୫୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ୱଥୀ ଏସ ଆଜି ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହି ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି।



