www.samajalive.in
Thursday, December 11, 2025
16.1 C
Bhubaneswar

ଭୁବନେଶ୍ବରରେ ତାଣ୍ଡବ ରଚିଲା କାଳବୈଶାଖୀ, ଝଡ଼ବର୍ଷା ପରେ ବିଜୁଳି କାଟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗୁରୁବାର ଅପରାହ୍ଣ ସାଢ଼େ ୪ଟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଝଡ଼ବର୍ଷା ଓ ପ୍ରବଳ ବେଗରେ ପବନ ବହି ତାଣ୍ଡବ ରଚିଥିଲା କାଳବୈଶାଖି। ବିଶେଷ ଭାବେ ରାସ୍ତାରେ ଯିବାଆସିବା କରୁଥିବା ଲେ‌ାକେ କାଳବୈଶାଖୀ ପବନକୁ ଡରି ଯାଇ ବାଧ୍ୟ ହୋଇ ନିରାପଦ ଆଶ୍ରୟ ସ୍ଥଳ ଖୋଜିଥିଲେ।।

କିଛି ସ୍ଥାନରେ ଗଛର ଡାଳଗୁଡ଼ିକ ଭାଙ୍ଗି ଯାଇଥିଲା ଏବଂ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିଲା। ଗଛ ଡାଳଗୁଡ଼ିକ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ଯାନବାହନ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଥିଲା। ବିଏମସି ପକ୍ଷରୁ ତତ୍କାଳ ରାସ୍ତା ସଫା ପରେ ଯାନବାହନ ଚଳାଚଳ କରିଥିଲା। ଅପରପକ୍ଷରେ କିଛି ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବାରୁ ବିଦ୍ୟୁତ ସରୋବରାହ ବନ୍ଦ ହୋଇଯାଇଥିଲା। ଆଉ କେତେକ ସ୍ଥାନରେ ଗଛ ଡାଳ ଭାଙ୍ଗି ଯାଇଥିବାରୁ ବିଜୁଳି କାଟ କରାଯାଇଥିଲା। କାଳବୈଶାଖୀ ବର୍ଷା ପରେ ଗରମ ଓ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା। ବିଶେଷ କରି କଳାବୈଶାଖୀ ପ୍ରଭାବରେ ସହିଦନଗର, ରସୁଲଗଡ଼, ଭିଏସସନଗର, ସତ୍ୟନଗର, ଖାନନଗର ଆଦିରେ ବିଜୁଳି ବିଭ୍ରାଟ ଦେଖାଦେଇଛି ଏବଂ ଏସବୁ ଅଞ୍ଚଳରେ ବିଜୁଳି କାଟ ହୋଇଛି।

- Advertisement -

ଆଜି ଭୁବନେଶ୍ବରରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଏହି ବର୍ଷା ସମୟରେ ବିଭିନ୍ନ ସ୍ଥାନରେ ଧୂଳିଝଡ଼ ମଧ୍ୟ ଦେଖିବାକୁ ମିଳିଥିଲା।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories