www.samajalive.in
Sunday, December 14, 2025
26.1 C
Bhubaneswar

ରାଜସ୍ଥାନ ସଙ୍କଟ: ପାଇଲଟ୍‌ଙ୍କ ୨ ସମର୍ଥକ ବିଧାୟକ କଂଗ୍ରେସରୁ ନିଲମ୍ବିତ

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ପରିପ୍ରେକ୍ଷୀରେ କଂଗ୍ରେସ ବିଦ୍ରୋହୀମାନଙ୍କ ବିରୋଧରେ କଠୋର ହୋଇଛି। ପୂର୍ବରୁ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରାଯିବା ସହିତ ପିସିସି ସଭାପତି ପଦବୀରୁ ହଟାଯାଇଥିଲା। ଏବେ ତାଙ୍କର ୨ ସମର୍ଥକ ବିଧାୟକ ଭମ୍ବର ଲାଲ୍‌ ଏବଂ ବିଶ୍ଵେନ୍ଦ୍ର ସିଂହଙ୍କୁ ଦଳ ନିଲମ୍ବିତ କରିଥିବା କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି। ଦଳ ବିରୋଧୀ କାର୍ଯ୍ୟରେ ପାଇଲଟଙ୍କ ସମେତ ୧୯ ବିଧାୟକ ସାମିଲ ହୋଇଥିବାବେଳେ ସମସ୍ତଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ବାଚସ୍ପତି କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ପାଇଲଟ ଏବଂ ୨ ବିଧାୟକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଅନ୍ୟମାନଙ୍କୁ ଭୟଭୀତ କରାଇବା ସହିତ ଦଳକୁ ଫେରାଇ ଆଣିବାରେ ସହଯୋଗ କରିବ ବୋଲି କୁହାଯାଉଛି।

ଅନ୍ୟପଟେ ଗତ ଗୁରୁବାର ପାଇଲଟ୍‌ ବାଚସ୍ପତିଙ୍କ ନୋଟିସ୍‌କୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ପିଟିଶନ ଦାୟର କରିଛନ୍ତି। ହାଇକୋର୍ଟରେ ଆଜି ପୁଣି ଏହାର ଶୁଣାଣି ହେବ। ଗତକାଲି ଶୁଣାଣି ବେଳେ ବାଚସ୍ପତିଙ୍କ ନୋଟିସ ଅବୈଧ ଏବଂ ଏହାକୁ ରଦ୍ଦ କରିବାକୁ ପାଇଲଟ୍‌ ଦାବି କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories