www.samajalive.in
Monday, December 15, 2025
16.1 C
Bhubaneswar

ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି: ସୁରଜେୱାଲା

ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସ ସରକାର ଭାଙ୍ଗିବାକୁ ବିଜେପି ଷଡ଼ଯନ୍ତ୍ର କରୁଛି। ଏହାର ପ୍ରମାଣ ମିଳିସାରିଛି ବୋଲି କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁରଜେୱାଲା ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି, ଗୁରୁବାର ରାତିରେ ୨ଟି ଅଡିଓ ଟେପ୍‌ ସାମ୍ନାକୁ ଆସିଛି। ଏଥିରେ କଂଗ୍ରେସ ନେତା ଭମ୍ବର ଲାଲ ଶର୍ମା ଏବଂ ବିଜେପି ନେତା ସଞ୍ଜୟ ଜୈନଙ୍କ ବାର୍ତ୍ତାଳାପ ରହିଛି। ବାର୍ତ୍ତାଳାପରେ ଭମ୍ବର ଲାଲ କହୁଛନ୍ତି ଟଙ୍କା ପରିମାଣ ଛିଣ୍ଡି ଯାଇଛି। ଏହାର ଉତ୍ତରରେ ସଞ୍ଜୟ କହୁଛନ୍ତି ଯେ, ହଁ ସାହାବଙ୍କୁ କହିଦେଇଛି। ରାଜସ୍ଥାନ ସରକାର ଏବଂ ସ୍ପେଶାଲ ଅପରେଶନ ଗ୍ରୁପ(ଏସଓଜି) ଏ ନେଇ ଏତଲା ରୁଜୁ କରି ଦୋଷୀଙ୍କୁ ଗିରଫ କରିବାକୁ ଦାବି କରୁଛି। କାରଣ ସରକାର ଭାଙ୍ଗିବା ପଛରେ ବିଜେପିର ଷଡ଼ଯନ୍ତ୍ର ନେଇ ବହୁତ ପ୍ରମାଣ ମିଳିସାରିଛି ବୋଲି ସୁରଜେୱାଲା କହିଛନ୍ତି।

ସେହିପରି ସୁରଜେୱାଲା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ବିରୋଧରେ ଏସଓଜି ଦ୍ବାରା ଏତଲା ରୁଜୁ କରି ଅଡିଓ ଟେପ୍‌ର ଯାଞ୍ଚ କରିବାକୁ କହିଛନ୍ତି। ଯଦି ଶେଖାୱତ ତଦନ୍ତକୁ ପ୍ରଭାବିତ କରିବାର ସନ୍ଦେହ ରହିଛି, ତେବେ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରି ତାଙ୍କୁ ତୁରନ୍ତ ଗିରଫ କରାଯିବା ଦରକାର। କଂଗ୍ରେସ ନେତା ଭମ୍ବର ଲାଲ ଏବଂ ବିଜେପି ନେତା ସଞ୍ଜୟଙ୍କ ବିରୋଧରେ ମାମଲା ରୁଜୁ କରାଯାଉ। ବିଧାୟକମାନଙ୍କୁ ଲାଞ୍ଚ ଦେବା ଲାଗି କିଏ କଳାଧନର ବ୍ୟବସ୍ଥା କରିଛି ଏବଂ କାହାକୁ ଲାଞ୍ଚ ଦିଆଯାଇଛି ତାହାର ବି ତଦନ୍ତ ହେଉ ବୋଲି ସୁରଜେୱାଲା ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories