www.samajalive.in
Friday, December 12, 2025
14.1 C
Bhubaneswar

ବୀରମହାରାଜପୁର ଥାନାରେ ୨ ସହିଦଙ୍କ ଫଟୋ ଅନାବରଣ

ବୀରମହାରାଜପୁର : ବୁଧବାର ସୁବର୍ଣ୍ଣପୁର ଜିଲା ଅନ୍ତର୍ଗତ ବୀରମହାରାଜପୁର ଆଦର୍ଶ ଥାନାରେ ଅଂଚଳର ଦୁଇଜଣ ସହିଦ ପୁଲିସ କର୍ମଚାରୀ ନରସିଂହ ମହାକୁଡ ଓ ବିଭୀଷଣ ସାହୁଙ୍କ ଫଟୋଚିତ୍ର ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶ ଏଥିରେ ଅଧ୍ୟକ୍ଷତା କରି ଦୁଇ ସହିଦଙ୍କ ବୀରତ୍ୱ ଓ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। ବୀରମହାରାଜପୁର ଉପଜିଲାପାଳ ଅଶୋକ କୁମାର ଭୋଇ, ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ରମେଶ ପାଣିଗ୍ରାହୀ, ବୀରମହାରାଜପୁର ଏସଡିପିଓ ଧିରଜ ଚୋପ୍ଦାର, ବରିଷ୍ଠ ନାଗରିକ ସଂଘ ସଭାପତି ଭଗବାନ ମିଶ୍ର, ସମାଜସେବୀ ରଂଜିତ ରଥ ଓ ଯୁଗଳ ମିଶ୍ର ପ୍ରମୂଖ ଅତିଥିଭାବେ ଯୋଗଦେଇ ଏଥିରେ ଦୁଇ ସହିଦଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ। ଉଭୟଙ୍କ ଫଟୋ ଥାନାରେ ରହିବା ଦ୍ୱାରା ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି ଅତିଥିମାନେ ଆଶା ବ୍ୟକ୍ତ କରିଥିଲେ। ଏହି ଅବସରରେ ଉପସ୍ଥିତ ଥିବା ସହିଦ ବିଭୀଷଣ ସାହୁଙ୍କ ପିତା ବୈକୁଣ୍ଠ ସାହୁଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଥାନା ଆଇଆଇସି ପ୍ରଭା ଧନ ଧନ୍ୟବାଦ ଅର୍ପଣ କରିଥିଲେ।

ଉଲ୍ଲେଖଥାଉ କି ସହିଦ ନରସିଂହ ମହାକୁଡ ବୀରମହାରାଜପୁର ବ୍ଲକର ଚମ୍ପାମାଳ ଗ୍ରାମରେ ୨୨/୯/୧୯୫୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ କନେଷ୍ଟବଲଭାବେ ପୁଲିସରେ ଯୋଗଦେଇ ସବ-ଇନିସପେକ୍ଟର ପଦକୁ ଉନ୍ନୀତ ହୋଇଥିଲେ। ଗତ ୧୫/୬/୨୦୦୯ ତାରିଖରେ ଯୁଯୁମୁରା ନିକଟରେ ମାଓବାଦୀଙ୍କ ସହ ମୁକାବିଲାବେଳେ ସେ ସହିଦ ହୋଇଥିଲେ। ସେହିଭଳି ସହିଦ ବିଭୀଷଣ ସାହୁ ବୀରମହାରାଜପୁର ବ୍ଲକର ପଣ୍ଡିଆପାଲି ଗ୍ରାମରେ ୨୯/୫/୧୯୮୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ୨୦୦୬ରେ ସେ ଓଡିଶା ସଶସ୍ତ୍ର ପୁଲିସ ବାହିନୀରେ ଯୋଗ ଦେଇଥିଲେ। ଗତ ୪/୪/୨୦୧୦ ତାରିଖରେ କୋରାପୁଟର ବୈପାରୀଗୁଡା ଅଂଚଳରେ କମ୍ବି ପାଇଁ ଯିବା ସମୟରେ ସେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories