www.samajalive.in
Sunday, December 7, 2025
26.1 C
Bhubaneswar

+୨ ବାଣିଜ୍ୟ ଓ ବିଜ୍ଞାନ ଫଳାଫଳ ପ୍ରକାଶିତ

ଭୁବନେଶ୍ୱର : ପ୍ରକାଶ ପାଇଲା +୨ ବାଣିଜ୍ୟ ଓ ବିଜ୍ଞାନ ଫଳାଫଳ । ବୁଧବାର ଦିନ ୧୧ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ବିଧିବଦ୍ଧ ଭାବେ ଫଳାଫଳ ପ୍ରକାଶ ପାଇଛି। ରେଜଲ୍ଟ ଘୋଷଣା କରିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଯୁକ୍ତ ଦୁଇ ବିଜ୍ଞାନରେ ପାସ୍‌‌ ହାର ୮୪.୯୩%। ବାଣିଜ୍ୟରେ ପାସ୍‌‌ ହାର ୮୧.୧୨%। ବିଜ୍ଞାନରେ ୯୩,୭୩୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ମୋଟ ୭୮,୯୩୮ ପାସ୍‌‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୩୯,୫୩୭ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ୯୬.୪୧% ରେଜଲ୍ଟ ସହ ନୟାଗଡ ଆଗରେ ରହିଛି। ବିଜ୍ଞାନରେ ୬୧.୫୫% ରେଜଲ୍ଟ ସହ ସର୍ବନିମ୍ନରେ ଗଜପତି ରହିଛି। ଛାତ୍ରୀଙ୍କ ତୁଳନାରେ ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରୀ ଭଲ ପ୍ରଦର୍ଶନ କରିଛନ୍ତି। www.orissaresults.nic.inରେ ଛାତ୍ରଛାତ୍ରୀମାନେ ରେଜଲ୍ଟ ଦେଖିପାରିବେ। ଝିଅଙ୍କ ପାସ୍‌‌ହାର ୮୫.୬୭% ଥିବା ବେଳେ ପୁଅଙ୍କ ପାସ୍‌‌ହାର ୮୪.୨୮%। ବାଣିଜ୍ୟରେ ଝିଅଙ୍କ ପାସ୍‌‌ହାର ୮୩.୮୭%। ପୁଅଙ୍କ ପାସ୍‌‌ହାର ୭୯.୫୨%। ନୟାଗଡ ଜିଲାରେ ସର୍ବାଧିକ ପାସହାର ୯୩.୯%। ବୌଦ୍ଧ ଜିଲାରେ ସର୍ବନିମ୍ନ ପାସ୍‌‌ହାର ୫୫.୫୫%। ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରେଜଲ୍ଟ ଆହୁରି ଭଲ କରିବାକୁ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି।


ଚଳିତ ବର୍ଷ ୧୧୪୫ ପରୀକ୍ଷା କେନ୍ଦ୍ରରେ ପ୍ରାୟ ସାଢେ ୩ ଲକ୍ଷ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେଇଥିଲେ। କଳାରେ ୨ ଲକ୍ଷ ୧୯ ହଜାର ୧୧୦ ଜଣ, ବିଜ୍ଞାନରେ ୯୧, ୩୭୯ ଓ ବାଣିଜ୍ୟରେ ୨୩,୧୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories