ଭୁବନେଶ୍ଵର: ରାଜ୍ୟରେ ଶନିବାର ଅପରାହ୍ନରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣ ଯାଜପୁର ଜିଲାର ବୋଲି ସୂଚନା ମିଳିଛି। ଉଭୟ ଆକ୍ରାନ୍ତ ବରୀ ବ୍ଲକର। ଦୁଇଜଣ ଯାକ ପୁରୁଷ ଏବଂ ସେମାନଙ୍କ ବୟସ ଯଥାକ୍ରମେ ୪୮ ଏବଂ ୫୫ ବର୍ଷ। ଶନିବାର ସକାଳେ ଯାଜପୁର ଜିଲାରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ଗୋଟିଏ ଦିନରେ ଜିଲାରେ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଏଠାରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୭ରେ ପହଞ୍ଚିଛି। ଏହା ସହିତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫୬ରେ ପହଞ୍ଚିଛି।
ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ କଲକାତାରୁ ଫେରିଥିଲେ। ଏହା ପରେ ସେମାନେ କ୍ବାରେଣ୍ଟାଇନରେ ରହିଥିଲେ। କିନ୍ତୁ ସେମାନଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲା। ତେବେ ସେମାନଙ୍କ ରକ୍ତ ଏବଂ ସ୍ବାବ ପରୀକ୍ଷା କରାଯିବା ପରେ ତାହା ପଜିଟିଭ ଆସିଛି।



