www.samajalive.in
Saturday, December 6, 2025
26.1 C
Bhubaneswar

ଭାରତୀୟ ନାଗରିକତ୍ବ ଛାଡ଼ିଛନ୍ତି ୨ ଲକ୍ଷ

ନୂଆଦିଲ୍ଲୀ: ୨୦୨୪ରେ ୨ ଲକ୍ଷରୁ ଅଧିକ ବ୍ୟକ୍ତି ଭାରତୀୟ ନାଗରିକତ୍ବ ଛାଡିଥିବା ଜଣାପଡିଛି। ଶୁକ୍ରବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ବିଦେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏହି ସୂଚନା ଦେଇଛନ୍ତି। ଏମାନେ ବିଦେଶୀ ନାଗରିକତ୍ବ ଗ୍ରହଣ କରିଥିବାରୁ ଭାରତୀୟ ନାଗରିକତ୍ବ ଛାଡିଥିବା କୁହାଯାଇଛି। ସୂଚନା ମୁତାବକ ୨୦୨୦ରେ ୮୫,୨୫୬ ଜଣ ଭାରତୀୟ ନାଗରିକତ୍ବ ଛାଡିଥିବାବେଳେ ୨୦୨୧ରେ ଏମାନଙ୍କ ସଂଖ୍ୟା ୧,୬୩,୩୭୦, ୨୦୨୨ରେ ୨,୨୫,୬୨୦, ୨୦୨୩ରେ ୨,୧୬,୨୧୯ ଓ ୨୦୨୪ରେ ୨,୦୬,୩୭୮ ରହିଥିଲା। ବ୍ୟକ୍ତିଗତ କାରଣରୁ ଏମାନେ ଭାରତୀୟ ନାଗରିକତ୍ବରୁ ଓହରି ଯାଇଥିବା ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ବିଶ୍ବରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଚାହିଦା ବଢିବାରେ ଲାଗିଛି। ତେଣୁ ଅଧିକାଂଶ ଭାରତୀୟ ବିଦେଶରେ ମୋଟା ଅଙ୍କର ବେତନ ଲାଳାସାରେ ଦେଶ ଛାଡୁଥିବା ଅନୁମାନ କରାଯାଉଛି। ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ବିଦେଶରେ ୩,୪୩,୫୬,୧୯୩ ଭାରତ ବସବାସ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୧,୭୧,୮୧,୧୨ ଜଣ ଭାରତୀୟ ବଂଶୋଦ୍ଭବ ହୋଇଥିବାବେଳେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ୧,୭୧,୭୦୭୧ ୧୨୨ ରହିଥିବା ଜଣାପଡିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories