ପାଟଣା: ପାଟଣା ଥାନା ଅନ୍ତର୍ଗତ ସ୍ୱାମଶାସନ କୁକୁଡ଼ା ଫାର୍ମ ନିକଟରେ ଏକ ବାଇକ୍ ସାଇକେଲ ସାମ୍ନାସାମ୍ନି ଧକ୍କା ହେବାରୁ ୨ଜଣ ଗୁରୁତର ହୋଇଛନ୍ତି।ସାଇକେଲରେ ସପନା ନାଏକ ତାଙ୍କ ପତ୍ନୀଙ୍କୁ ଧରି ଘରକୁ ଫେରୁଥିବା ସମୟରେ ସାମ୍ନାରୁ ତାଙ୍କୁ ଏକ ବାଇକ୍ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବାଇକରେ ଥିବା ଅଣଓଡ଼ିଆ ରାଜମିସ୍ତ୍ରୀ ଏସ.କେ. ସୁରଜ ଓ ସାଇକେଲରେ ଥିବା ସପନା ନାଏକ ଗୁରୁତର ହୋଇଛନ୍ତି। ପାଟଣା ଅଗ୍ନିଶମ ବାହିନୀ ଦୁଇ ଗୁରୁତରଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଛି।
Popular Categories


