ଫେବ୍ରୁଆରୀ ୧୬ରୁ ମାର୍ଚ୍ଚ ୨୦ ଯୁକ୍ତ ୨ ପରୀକ୍ଷା
ଭୁବନେଶ୍ୱର : ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ +୨ ପରୀକ୍ଷା। ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ପରୀକ୍ଷା ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞାନ, କଳା ଓ ବାଣିଜ୍ୟ ପାଇଁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ୧୬ରୁ ଯୁକ୍ତ ଦୁଇ ବିଜ୍ଞାନ,୧୭ରୁ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ଜାନୁଆରୀ ୨ରୁ ୧୨ ପ୍ରାକ୍ଟିକାଲ ପରୀକ୍ଷା ହେବ। ସିସିଟିଭି ନଜରରେ ସବୁ ପରୀକ୍ଷା କେନ୍ଦ୍ର ରହିବା ସିଏଚଏସଇ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ୨୦୨୦ରେ ପଞ୍ଜୀକୃତ ଛାତ୍ରଛାତ୍ରୀ ପୁରୁଣା ସିଲାବସନୁସାରେ ପରୀକ୍ଷା ଦେବେ।
Comments are closed.