www.samajalive.in
Sunday, December 14, 2025
23.1 C
Bhubaneswar

ରେଳ ଷ୍ଟେସନରୁ ୨୧ କିଗ୍ରା ଗଞ୍ଜେଇ ଜବତ – ୨ ଗିରଫ

ସମ୍ବଲପୁର : ସମ୍ବଲପୁର ଦେଇ ଦେଶର ବିଭିନ୍ନ ରାଜ୍ୟକୁ ବେଆଇନ ଭାବରେ ଗଞ୍ଜେଇ ଚାଲାଣ ହେଉଥିବାରୁ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚେକିଂ କରାଯାଉଛି । ଏହି କ୍ରମରେ ଶନିବାର ପୂର୍ବାହ୍ନରେ ଅବୈଧ୍ୟ ଗଞ୍ଜେଇ ଚାଲାଣ ନିମନ୍ତେ ସ୍ଥାନୀୟ ସମ୍ବଲପୁର ରେଳ ଷ୍ଟେସନରେ ରେଳବାଇ ପୁଲିସ ସହିତ ମିଳିତ ଚେକିଂ ଅଭିଯାନ କରାଯାଉଥିଲା ।

ଏହି ସମୟରେ ପ୍ଲାଟଫର୍ମ ୧ ନିକଟରେ ସନ୍ଦିଗ୍ଧ ରୂପେ ଯାଉଥିବା ବିହାର ରାଜ୍ୟ ଚମ୍ପାରନ ଜିଲା ନିବାସୀ ଅଚେଲାଲ ବିନ (୪୩) ଓ ଶ୍ରବଣ ନିଷାଦ (୧୯) ନାମକ ୨ ଜଣ ବ୍ୟକ୍ତିଙ୍କୁ ପଚରାଉଚୁରା କରାଯାଇଥିଲା । ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ଅବୈଧ୍ୟ ରୂପେ ୨୧ କିଗ୍ରା ଗଞ୍ଜେଇ ଚାଲାଣ କରାଯାଉଥିବାର ଧରାପଡିଥିଲା । ଏଣୁ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରାଯାଇଛି । ଜବତ ହୋଇଥିବା ଗଞ୍ଜେଇ ଗୁଡିକର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories