www.samajalive.in
Saturday, December 13, 2025
18.1 C
Bhubaneswar

ବନ୍ୟା ଯୋଗୁଁ ୧୧ ଯାଏଁ ବଢ଼ିଲା +୨ ଆବେଦନ; ୧୮ରେ ମେଧା ତାଲିକା, ୨୧ରୁ ନାମଲେଖା

ଭୁବନେଶ୍ବର,୩୧ା୮(ନି.ପ୍ର):ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ନାମଲେଖା ପାଇଁ ଅଗଷ୍ଟ ୨୧ରୁ ଆବେଦନ ଆରମ୍ଭ ହୋଇଥିଲା। ଅନ୍‌ଲାଇନ୍‌ ଆବେଦନରେ ସମସ୍ୟା ଓ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ଏନେଇ ସୋମବାର ଘୋଷଣା କରିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେପ୍ଟେମ୍ବର ୪ ତାରିଖ ଆବେଦନର ଶେଷ ସମୟ ସୀମା ଧାର୍ଯ୍ୟ ଥିବାବେଳେ ଏହାକୁ ୧୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଛାତ୍ରଛାତ୍ରୀ ‘www.samsodisha.gov.in’ ମାଧ୍ୟମରେ କମନ୍‌ ଆପ୍ଲି‌କେସନ ଫର୍ମ(ସିଏଏଫ୍‌) ଜରିଆରେ ଅନ୍‌ଲାଇନ୍‌ରେ ଆବେଦନ କରିବେ। ଏଥର ଅନ୍‌ଲାଇନ୍‌ରେ ଫର୍ମପୂରଣ କରିବ‌ା ପରେ ଛାତ୍ରଛାତ୍ରୀ ଫର୍ମର ହାର୍ଡ କପି ଦାଖଲ କରିବାକୁ ସାମ୍ସ ନୋଡାଲ ସେଣ୍ଟରକୁ ଯିବାକୁ ପଡ଼ିବ ନାହିଁ। ସେପ୍ଟେମ୍ବର ୧୧ ତାରିଖ ରାତି ୧୧ଟା୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୧୮ ସେପ୍ଟେମ୍ବର ପୂର୍ବାହ୍ନ ୧୧ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୨୧ରୁ ୨୬ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ ।
ଅକ୍ଟୋବର ୩ରେ ଦ୍ବିତୀୟ ପର୍ଯ୍ୟନ୍ତ ମେଧା ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୫ରୁ୭ମଧ୍ୟରେ ଦ୍ବିତୀୟ ପର୍ଯ୍ୟୟ ନାମଲେଖା ଅନୁଷ୍ଠିତ ହେବ। ଅକ୍ଟୋବର ୧୩ରୁ୧୫ ତାରିଖ ଅପରାହ୍ନ ୨ଟା ସୁଦ୍ଧା ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୧୫ରେ ସ୍ପଟ୍‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ୧୬ରେ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ୧୭ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟ‌ା ଶେଷ ହେବା ସହ ଡାଟା ଅପଡେଟ୍‌ କରାଯିବ। ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟି‌େ‌ର ରଖି ନାମଲେଖା ଓ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ଏହାଦ୍ବାରା ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories