www.samajalive.in
Friday, December 5, 2025
26.1 C
Bhubaneswar

ଅମ୍ଳଜାନ ଆବଣ୍ଟନ ପାଇଁ ଗଠିତ ସୁପ୍ରିମକୋର୍ଟ ଟାସ୍କଫୋର୍ସର ପ୍ରଥମ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କ ଚିକିତ୍ସା ନିମନ୍ତେ ଅମ୍ଳଜାନର ଘୋର ଅଭାବ ଏବଂ ଏହାର ଆବଣ୍ଟନ କ୍ଷେତ୍ରରେ ରହିଥିବା ସମସ୍ୟା ଅନୁଧ୍ୟାନ କରି ଏ ଦିଗରେ ଉପାଦେୟ ପ୍ରସ୍ତାବ ରଖିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଟାସ୍କଫୋର୍ସର ପ୍ରଥମ ବୈଠକ ରବିବାର ଅନୁଷ୍ଠିତ ହୋଇଛି। ଏଥିରେ ଉପସ୍ଥିତ ଥିବା ଟାସ୍କଫୋର୍ସର ସମସ୍ତ ସଦସ୍ୟ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ଅମ୍ଳଜାନ ଯୋଗାଣ ବୃଦ୍ଧି ଦିଗରେ ନେଉଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ ଯେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହି ୧୨ ସଦସ୍ୟ ବିଶିଷ୍ଟ ଟାସ୍କଫୋର୍ସ ଗଠନ କରାଯାଇଛି।
ଟାସ୍କଫୋର୍ସରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଭବତୋଷ ବିଶ୍ୱାସ, ନୂଆଦିଲ୍ଲୀସ୍ଥିତ ସାର୍‍ ଗଙ୍ଗାରାମ ହସପିଟାଲର ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଦେବିନ୍ଦର ସିଂ ରାଣା, ବେଙ୍ଗାଲୁରୁସ୍ଥିତ ନାରାୟଣା ହେଲ୍‍ଥକେୟାରର ନିର୍ବାହୀ ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ଦେବୀପ୍ରସାଦ ଶେଟ୍ଟି, ତାମିଲନାଡୁ ଭେଲୋରସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜ (ସିଏମସି)ର ପ୍ରାଧ୍ୟାପକ ଗଗନଦୀପ କାଙ୍ଗ ପ୍ରମୁଖ ସଦସ୍ୟ ରହିଛନ୍ତି। ଅନୁଷ୍ଠିତ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚବ ରାଜେଶ ଭୂଷଣ ଏବଂ କେନ୍ଦ୍ର ସଚିବ (ଏମଓଆରଟିଏଚ) ଗିରିଧର ଆରାମେନ ମଧ୍ୟ ଉପସ୍ଥିତ ଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଦଳରେ କିଛି ବିଶେଷଜ୍ଞଙ୍କୁ ମଧ୍ୟ ନିଆଯାଇପାରିବ। ତଦନୁଯାୟୀ ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଭି କେ ପଲ୍‍, ଏମ୍ସ ନୂଆଦିଲ୍ଲୀର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ଆଇସିଏମଆର ମହାନିର୍ଦ୍ଦେଶକ ତଥା ସଚିବ (ଡିଏଚଆର) ବଳରାମ ଭାର୍ଗମ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡିଜିଏଚଏସ ସୁନିଲ କୁମାର ବୈଠକରେ ସ୍ୱତନ୍ତ୍ର ଆମନ୍ତ୍ରିତ ବ୍ୟକ୍ତି ଭାବରେ ଯୋଗଦେଇଥିଲେ।
ଜାତୀୟ ଟାସ୍କଫୋର୍ସର ସମସ୍ତ ସଦ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହିତ ଦେଶରେ ଅମ୍ଳଜାନ ଉତ୍ପାଦନ ଏବଂ ତାହାର ଉପଲବ୍ଧତାରେ ବଅଦ୍ଧି ଘଟାଇବା, ଡାକ୍ତରୀ ଅମ୍ଳଜାନ ଚାହିଦାର ପରିଚାଳନା ଏବଂ କେଉଁ ସ୍ୱାସ୍ଥ୍ୟଗତ ସ୍ଥିତି ଆଧାରରେ ଜଣେ ବ୍ୟକ୍ତି ଡାକ୍ତରୀ ଅମ୍ଳଜାନ ବ୍ୟବହାର କରିବା ଆବଶ୍ୟକ; ସେ ସମ୍ପର୍କରେ ସଦସ୍ୟମାନେ କେତେକ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେଇଥିଳେ। ସେମାନେ ଏକ ନିର୍ଦ୍ଦିଷ୍ଟ ସୁପାରିଶ କରିବା ସ୍ଥିତିରେ ପହଞ୍ଚିବା ପର୍ଯ୍ୟନ୍ତ ନିୟମିତ ବୈଠକ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories