www.samajalive.in
Sunday, December 14, 2025
23.1 C
Bhubaneswar

ବାଇକ ଡ଼ିକି ଭାଙ୍ଗି ଲୁଟିନେଲେ ୧ଲକ୍ଷ ୬୦ହଜାର ଟଙ୍କା

ଯାଜପୁର: ଦିନ ଦ୍ୱିପ୍ରହରରେ କୁଆଖିଆ ବଜାରରୁ ଟଙ୍କା ଲୁଟ। ବାଇକ ଡିକି ଭାଙ୍ଗି ୧ଲକ୍ଷ ୬୦ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପ୍ରଥମାଖଣ୍ଡ ପ୍ରାଥମିକ କୃଷି ସେବା ସମବାୟ ସମିତିର ସମ୍ପାଦକ ପ୍ରଶାନ୍ତ କୁମାର ସାହାଣୀ ସୋମବାର ଏହି ଟଙ୍କା ଆଦାୟ କରି କୁଆଖିଆ ବଜାରରେ ଥିବା କୋ-ଅପରେଟିଭ ବ୍ୟାଙ୍କକୁ ଡ଼ିପୋଜିଟ ପାଇଁ ଯାଇଥିଲେ। ବ୍ୟାଙ୍କରୁ ମାତ୍ର କିଛି ମିଟର ଦୂରରେ ଦୁଇଜଣ ଚାଷୀ ଭେଟ ହେବାରୁ ବାଇକ ରଖି ତାଙ୍କ ସହ କଥା ହୋଇଥିଲେ। ଠିକ ଏହି ସମୟରେ ଦୁଇ ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ଗାଡିର ଡ଼ିକି ଭାଙ୍ଗି ଟଙ୍କାକୁ ଲୁଟି ନେଇ ଚମ୍ପଟ ମାରିଥିଲେ। ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଂଚି ବ୍ୟାଙ୍କରେ ଲାଗିଥିବ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି। ଏ ସମ୍ପର୍କରେ ସମିତିର ସମ୍ପାଦକ ପ୍ରଶାନ୍ତ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାଯାଇଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories