www.samajalive.in
Wednesday, December 10, 2025
16.1 C
Bhubaneswar

ଡିସେମ୍ବର ୨୩ ତାରିଖ, ୧୯୩୩ ମସିହା ‘ସମାଜ’ରେ ବାହାରିଥିବା ଖବର

ମାଙ୍କଡ଼ଙ୍କ ଦାଉ ବଳିଲା
ପୁରୀ, ୨୨।୧୨।୩୩:ସହରରେ ଦିନକୁଦିନ ମାଙ୍କଡ଼ଙ୍କ ଅତ୍ୟାଚାର ବଢ଼ୁଛି ସିନା କମୁନି। ଯାହା ତ’ ଜିନିଷପତ୍ର କ୍ଷତି କରି ଘରଦୁଆର ଭାଙ୍ଗୁଥିଲେ, ଏବେ ଅନେକ ଲୋକଙ୍କୁ କାମୁଡ଼ିବାର ଦେଖାଗଲାଣି। କାଲି ବାଲିସାହିର ଗୋଟିଏ ଯୁବକର ଜଂଘକୁ ମାଙ୍କଡ଼ କାମୁଡ଼ିଦେଇଛି। ମ୍ୟୁନିସିପାଲିଟି ଭଲା ଏହାର ଶୀଘ୍ର ପ୍ରତିକାର କରନ୍ତୁ।
କାଳୀଙ୍କ ଗହଣା ଚୋରି
ବନାରସ, ୨୧।୧୨।୩୩: ଦଶାଶ୍ବମେଧ ଘାଟ କାଳୀ ମନ୍ଦିରରୁ ବୁଧବାର ରାତିରେ କାଳୀଙ୍କର ଗହଣା କିଏ ଚୋରି କରି ନେଇଛି। ପୁଲିସ୍ ଇନ୍‌କ୍ବାରୀ ଚାଲିଛି।

ଚାକିରି ବାକିରି ଦରମା କମିବ
ଭାରତ ମନ୍ତ୍ରୀ ବିଚାର କରୁଛନ୍ତି
ଲଣ୍ଡନ,ତା୨୧।୧୨।୩୩: ଆଜି ପାର୍ଲାମେଣ୍ଟରେ ଭାରତ ମନ୍ତ୍ରୀ ସାର୍ ହୋର୍ କହିଲେ ଯେ- ଏଣିକି ଭାରତର ସିଭିଲ୍ ସର୍ଭିସ୍ ଓ ଭାରତୀୟ ଗ୍ରେଡ୍ ପୁଲିସ୍ ଚାକିରିରେ ଯେଉଁମାନେ ନୂଆ ନିଯୁକ୍ତି ହେବେ, ତାଙ୍କ ବେତନ ହାର କମାଇବା ବିଷୟରେ ଯୋଜନା ଚାଲିଛି।

- Advertisement -

ବ୍ୟୋମଯାନ ଚଳିବାରେ ସହରର କ୍ଷୟକ୍ଷତି
ପୁରୀ, ତା୨୨।୧୨।୩୩: ସହରରେ ବ୍ୟୋମଯାନ ଭଡ଼ା ଲାଗିବାର ଆଜକୁ ୩ଦିନ ହେଲା ଜଣ ପିଛା ୫ଟଙ୍କା ନେଇ ୩ ମିନିଟ୍ ବୁଲାଇ ଦିଆଯାଉଛି। ଏଥିମଧ୍ୟରେ ପରିଚାଳକ ୨୦୦ ଉପରେ ଟଙ୍କା ଆଦାୟ କରିସାରିଲେଣି। ଆଉ କେତେଦିନ ଏପରି ଚାଲିଲେ, ଅନେକ ଲୋକ କ୍ଷତିଗ୍ରସ୍ତ ହେବେ। ଘରୁ କିଏ କିଏ ଧନ ନେଇ ବ୍ୟୋମଯାନ ଚଢ଼ୁଥିବାର ଜଣାପଡ଼ିଛି। ମେଜେଷ୍ଟର ସାହେବ କେବଳ ୪ଦିନ ପାଇଁ ଅନୁମତି ଦେଇଛନ୍ତି। ଆଶା ଆଉ ବେଶୀ ଦିନ ପାଇଁ ଦେବେ ନାହିଁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories