www.samajalive.in
Monday, December 8, 2025
13.1 C
Bhubaneswar

ଦୁର୍ଦ୍ଦଶା ଅବର୍ଣ୍ଣନୀୟ – ୧୬୮ ଭାରତୀୟଙ୍କ ସହ ଦେଶ ଛାଡିଲେ ୨ ଆଫଗାନ ସାଂସଦ, ଦେଖନ୍ତୁ ଭିଡିଓ

ଆଫଗାନିସ୍ତାନରେ ବଳପୂର୍ବକ ଶାସନ ବ୍ୟବସ୍ତା ନିଜ ହାତକୁ ନେଇଥିବା ତାଲିବାନ ଆତଙ୍କବାଦୀଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଅବସ୍ଥାରେ ଦେଶ ଛାଡି ପଳାଇ ଆସିବାକୁ ଚାହୁଁଥିବା ଦେଶ ଏବଂ ବିଦେଶର ନାଗରିକମାନଙ୍କୁ ମଧ୍ୟ ଅକଥନୀୟ ଯନ୍ତ୍ରଣା ସହିବାକୁ ପଡୁଛି। ତେବେ ରବିବାର ପୂର୍ବାହ୍ନ ୧୦.୧୦ ମିନିଟ ସମୟରେ କାବୁଲରୁ ୧୬୮ ଯାତ୍ରୀଙ୍କୁ ନେଇ ବାୟୁସେନାର ସି-୧୧୭ ବିମାନ ଭାରତରେ ପହଂଚିଛି।

- Advertisement -

ଗାଜିଆବାଦ ସ୍ତିତ ହିଣ୍ଡନ ବାୟୁସେନା ଘାଟିରେ ଏହି ବିମାନ ଅବତରଣ କରିଛି। ଆଫଗାନିସ୍ତାନରୁ ଫେରିଥିବା ୧୬୮ ଜଣ ଯାତ୍ରୀଙ୍କ ମଧ୍ୟରେ ୧୦୭ ଜଣ ଭାରତୀୟ ଥିବା ବେଳେ ୨୪ ଜଣ ଆଫଗାନ ଶିଖ ଓ ୨ ଜଣ ଆଫଗାନ ସାଂସଦ ଥିବା ସୂଚନା ମିଳିଛି। ଫେରିଥିବା ଯାତ୍ରୀମାନେ ସେମାନଙ୍କ ଦୁର୍ଦ୍ଦଶା ବର୍ଣ୍ଣନା କରି କହିଛନ୍ତି ଯେ ସେମାନଙ୍କୁ ତାଲିବାନୀ ଆତଙ୍କବାଦୀମାନେ ବିମାନବନ୍ଦରକୁ ଆସିବାକୁ ଦେଉ ନଥିଲେ। ସେଠାରୁ ଆସିଥିବା ସାଂସଦ ନରେନ୍ଦର ସିଂ ଖାଲସା ନିଜ କୋହ ରୋକି ପାରିନଥିଲେ ଓ କହିଥିଲେ ଯେ ଯାହା ଗତ ୨୦ ବର୍ଷରେ ହୋଇଥିଲା ତାହା ସବୁ ନଷ୍ଟ ହୋଇଗଲା।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories