www.samajalive.in
Saturday, December 6, 2025
26.1 C
Bhubaneswar

କଲକାତାରେ ୭ଦିନ ପାଇଁ ୧୬୩ ଧାରା ଜାରି

କଲକାତା: ସ୍ଥାନୀୟ ଆରଜି କର ମେଡିକାଲ କଲେଜର ଜଣେ ସ୍ନାତକୋତ୍ତର ଡାକ୍ତରୀ ଛାତ୍ରୀ (ଟ୍ରେନି ଡାକ୍ତର)ଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ, ଶୋଭାଯାତ୍ରା ଓ ଆନ୍ଦୋଳନ ଜାରି ରହିଛି। କଲକାତା ସହର ଓ ଉକ୍ତ ମେଡିକାଲ କଲେଜ ଆଖପାଖ ଅଞ୍ଚଳରେ ବିଭିନ୍ନ ସଂଗଠନ ପକ୍ଷରୁ ନିୟମିତ ବିକ୍ଷୋଭ କରାଯାଉଥିବାବେଳେ ଏହାକୁ ରୋକିବା ଲାଗି ପୁଲିସ କଟକଣା ଜାରି କରିଛି। କଟକଣା ଅନୁଯାୟୀ ଆରଜି କର ମେଡିକାଲ କଲେଜ ପରିସର ଓ ଏହାର ଆଖପାଖ ଅଞ୍ଚଳରେ କଲକାତା କମିସନରେଟ୍ ପୁଲିସ ୭ଦିନ ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ୍‌)ର ୧୬୩ ଧାରା (ପୂର୍ବରୁ ଯାହା ସିଆରପିସିର ୧୪୪ ଧାରା) ଜାରି କରିଛି। ବିଏନଏସଏସ୍‌ର ୧୬୩ ଧାରା ଅନୁଯାୟୀ ମେଡିକାଲ କଲେଜ ଆଖପାଖରେ କୌଣସି ପ୍ରକାର ଶୋଭାଯାତ୍ରା, ବୈଠକ, ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇପାରିବ ନାହିଁ। ଏପରିକି କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। କଲକାତା ପୁଲିସ କମିସନର ବିନୀତ କୁମାର ଗୋୟଲଙ୍କ କହିବା ଅନୁଯାୟୀ ଅଗଷ୍ଟ ୧୮ରୁ ୭ଦିନ ପାଇଁ ଏହି କଟକଣା ବଳବତ୍ତର ରହିବ। ଛାତ୍ରୀ ହତ୍ୟାକୁ ନେଇ ବୁଧବାର ଆରଜି କର ମେଡିକାଲ କଲେଜରେ କେତେକ ଲୋକ ବ୍ୟାପକ ଭଙ୍ଗାରୁଜା କରିଥିଲେ।
ଏହି ଟ୍ରେନି ଡାକ୍ତରାଣୀ ହତ୍ୟା ଘଟଣାକୁ ନେଇ ରବିବାର କଲକାତାର ଦୁଇ ପ୍ରମୁଖ ଫୁଟବଲ୍‌ କ୍ଲବ୍ ମୋହନ ବାଗାନ ଓ ଇଷ୍ଟ ବେଙ୍ଗଲ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୋହନ ବାଗାନ ଓ ଇଷ୍ଟ ବେଙ୍ଗଲ ପରସ୍ପରର ବିରୋଧୀ ଫୁଟବଲ୍ କ୍ଲବ ହୋଇଥିବାବେଳେ ଛାତ୍ରୀ ହତ୍ୟା ଘଟଣାରେ ଏକାଠି ହୋଇ ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ବିକ୍ଷୋଭ କରିଛନ୍ତି। ପୁଲିସର କଟକଣା ସତ୍ତ୍ବେ ଦୁଇ ଫୁଟବଲ୍ ବ୍ଲକ ସଦସ୍ୟ ବିକ୍ଷୋଭ କରିଥିଲେ। ତେଣୁ ପୁଲିସ ବିକ୍ଷୋଭକାରୀଙ୍କ ଉପରେ ଲାଠିମାଡ କରିବା ସହ ଅନେକଙ୍କୁ ଅଟକ ରଖିଛି। ଟ୍ରେନି ଡାକ୍ତରାଣୀ ହତ୍ୟା ଘଟଣାରେ କଲକାତାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଶନିବାର ଡୁରାଣ୍ଡ କପ୍‌ର ମ୍ୟାଚକୁ ବାତିଲ କରିଦିଆଯାଇଥିଲା। ଡୁରାଣ୍ଡ କପ୍‌ର ମ୍ୟାଚ୍‌ରେ ଉପରୋକ୍ତ ଦୁଇ ଫୁଟବଲ କ୍ଲବ୍ ପରିସ୍ପରକୁ ଭେଟିଥାନ୍ତେ। ଟ୍ରେନି ଡାକ୍ତରାଣୀ ହତ୍ୟା ଘଟଣାରେ ଶନିବାର ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌ (ଆଇଏମଏ) ପକ୍ଷରୁ ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ପାଳନ କରାଯାଇଥିଲା। ଏପରିକି ବିଦେଶରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ହୋଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories