www.samajalive.in
Sunday, December 7, 2025
15.1 C
Bhubaneswar

ଆଜି ଦେଖାଯିବ ନୀଳଜହ୍ନ

ଭୁବନେଶ୍ୱର : ଆଜି (ସୋମବାର) ଆକାଶରେ ଦେଖାଯିବ ନୀଳଜହ୍ନ। ସାଧାରଣ ପୂର୍ଣ୍ଣିମା ଜହ୍ନଠାରୁ ଏହା ୨୫ପ୍ରତିଶତ ଉଜ୍ଜ୍ୱଳ ଓ ୧୦ପ୍ରତିଶତ ବଡ ଦେଖାଯିବ। ଆକାଶ ମେଘମୁକ୍ତ ରହିଲେ ଏହା ଖାଲି ଆଖିରେ ଦେଖି ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ପୂର୍ବତନ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ନୀଳଜହ୍ନ ଦୁଇ ପ୍ରକାର। ପ୍ରଥମଟି ହେଲା ଯଦି କୌଣସି ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡେ ତେବେ ଦ୍ବିତୀୟ ପୂର୍ଣ୍ଣିମାରେ ଦେଖାଯାଉଥିବା ଜହ୍ନକୁ ନୀଳ ଜହ୍ନ ରୂପେ ନାମିତ କରାଯାଇଥାଏ। ସେହିପରି ଯଦି ଗୋଟିଏ ଋତୁରେ ଅର୍ଥାତ ୩ ମାସରେ ୪ଟି ପୂର୍ଣ୍ଣିମା ପଡିଥାଏ ତେବେ ତୃତୀୟ ପୂର୍ଣ୍ଣିମାରେ ଦେଖାଯାଉଥିବା ଜହ୍ନକୁ ନୀଳଜହ୍ନ ବୋଲି କୁହାଯାଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories