www.samajalive.in
Sunday, December 7, 2025
26.1 C
Bhubaneswar

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନର ୧୬ କର୍ମଚାରୀଙ୍କୁ କରୋନା

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନର ୧୬ କର୍ମଚାରୀଙ୍କୁ କରୋନା । ଏମାନଙ୍କ ମଧ୍ୟରେ ସଚିବସ୍ତରର ଜଣେ ଅଧିକାରୀଙ୍କ ସହ ରୋଷେଇଆ, ଡ଼୍ରାଇଭର ଓ ଘରେ କାମ କରୁଥିବା କର୍ମଚାରୀ ଓ ସୁରକ୍ଷା କର୍ମୀ ଅନ୍ତର୍ଭୁକ୍ତ । ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କର ନମୁନା ପରୀକ୍ଷ ପାଇଁ ପଠାଇଯାଇଥିଲା । ଏହାର ରିପୋର୍ଟ ରବିବାର ସନ୍ଧ୍ୟାରେ ଆସଛି ଏବଂ ୫୦ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୬ ଜଣଙ୍କର ରିପୋର୍ଟ ପଜିଟିଭ୍ ରହିଛି ।

ଏବେ ଏହି ଲୋକମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ସୂଚନା ମଗାଯାଇଛି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପୁଣିଥରେ ନିଜର କରୋନା ପରୀକ୍ଷା କରିବେ ବୋଲି ସୂଚନା ଦେଇଛନ୍ତି । ପୂର୍ବରୁ କରୋନା ସଂକ୍ରମିତ ମନ୍ତୟୀ ମିଥିଳେଶ ଠାକୁରଙ୍କ ସଂସ୍ପର୍ଶରେ ଆସିବା କାରଣରୁ ତାଙ୍କର ଓ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କର କରୋନା ଯାଞ୍ଚ ହୋଇଥିଲା।  ମୁଖ୍ୟମନ୍ତ୍ରୀ ହେମନ୍ତ ଓ ତାଙ୍କ ପତ୍ନୀ କଳ୍ପନାଙ୍କ ସହ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା । ସ୍ବାସ୍ଥ୍ୟବିଭାଗ ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଜଣେ ଡ଼୍ରାଇଭର ଓ ଜଣେ କର୍ମଚାରୀ କିଛିଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାସଗୃହ ସହ ଜଡ଼ିତ ସମସ୍ତ ୫୦ ଲୋକଙ୍କ କରୋନା ପରୀକ୍ଷା ହୋଇଥିଲା ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories