ଜାମ୍ମୁ : ଉତ୍ତର କାଶ୍ମୀରର କୁପୱାରା ଜିଲା ଅନ୍ତର୍ଗତ ମାଚିଲ ସେକ୍ଟରସ୍ଥ ନିୟନ୍ତ୍ରଣ ରେଖା ନିକଟରେ ଥିବା ଭାରତୀୟ ସେନାର ୧୬ଟି ବାରାକ ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ପୋଡିଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ୪୫ ରାଷ୍ଟ୍ରୀୟ ରାଇଫଲ୍ସ (ଆରଆର)ର ଏହି ବାରାକଗୁଡିକରେ ମଙ୍ଗଳବାର ରାତି ୨ଟାରେ ନିଆଁ ଲାଗି ଯାଇଥିଲା। ଅଧିକାଂଶ ବାରାକ କାଠ ନିର୍ମିତ ହୋଇଥିବାରୁ ସେଗୁଡିକ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି ବୋଲି ଶ୍ରୀନଗର ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଳିଆ ପ୍ରକାଶ କରିଛନ୍ତି। ଅଗ୍ନିକାଣ୍ଡର କାରଣ ଏଯାବତ୍ ଜଣାପଡି ନାହିଁ। ସର୍ଟସର୍କିଟ ଅଥବା କିରୋସିନ ବ୍ୟବହୃତ ବତୀରୁ ନିଆଁ ଲାଗିଥାଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
Popular Categories



