www.samajalive.in
Saturday, December 6, 2025
23.1 C
Bhubaneswar

ଚୋରା ଚାଲାଣ ବେଳେ ୧୪ ଖଣ୍ଡ ହାତୀ ଦାନ୍ତ ଜବତ, ୩ ଗିରଫ

ଭୁବନେଶ୍ବର : ହାତୀ ଦାନ୍ତ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ କରିଛି କେନ୍ଦୁଝର ଜିଲା ବନ ବିଭାଗ। କେନ୍ଦୁଝର ଜିଲା ଆନନ୍ଦପୁର ଉପକଣ୍ଠରେ ଚଢ଼ାଉ ବେଳେ କେନ୍ଦୁଝର ଜିଲା ବନ ବିଭାଗ ୧୪ ଖଣ୍ଡ ହାତୀ ଦାନ୍ତ ଜବତ କରିଛି। ଏଥି ସହିତ ବନ ବିଭାଗ ପକ୍ଷରୁ ଚଢାଉ ବେଳେ ଏହି ହାତୀ ଦାନ୍ତ ରାକେଟରେ ଥିବା ୩ ଜଣ ମାଫିଆଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧୪ ଖଣ୍ଡ ହାତୀ ଦାନ୍ତ ସହ ଚୋରା ଚାଲାଣରେ ବ୍ୟବହୃତ ଏକ କାର୍‌ ମଧ୍ୟ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁସା​‌ରେ କୌଣସି ଏକ ବିଶେଷ ସୁତ୍ରରୁ ଖବର ପାଇ ଆନନ୍ଦପୁର ଡିଏଫଓଙ୍କ ନିର୍ଦ୍ଦେଶରେ ଏକ ଟିମ ହାତୀ ଦାନ୍ତ କାରବାର କରୁଥିବା ବ୍ୟବସାୟୀ ମାନଙ୍କୁ ପିଛା କରିଥିଲେ। କାରର ପିଛା କରି ହରିଚନ୍ଦନପୁର ଥାନା ପିଟାପିଟି ଗ୍ରାମ ନିକଟରେ ଗାଡି ଓ ହାତୀ ଦାନ୍ତକୁ ଜବତ କରିଥିଲେ। ବନ ବିଭାଗ ପକ୍ଷରୁ ଚଢଉ କରାଯିବା ବେଳେ ହାତୀଦାନ୍ତ ମାଫିଆମାନେ ଖସି ପଳାଉଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗୋଡାଇ ବାୟାପିଟା ଗାଁରୁ ଗିରଫ କରାଯାଇଛି। ଏବେ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍। ଏହି ହାତୀ ଦାନ୍ତ ରାକେଟର ସମ୍ପୁର୍ଣ୍ଣ ପର୍ଦାଫାସ କରିବା ପାଇଁ ପୁଲିସ ଛାନ୍‌ଭିନ୍‌ କରୁଛି। ଗ୍ୟାଙ୍ଗର ଚେର କେଉଁ ଯାଏଁ ଲମ୍ବିଛି ? ଆଉ କେଉଁମାନେ ଏହି ହାତୀଦାନ୍ତ ଚୋରା ଚାଲାଣରେ ସଂପୃକ୍ତ ଅଛନ୍ତି ? ହାତୀ ଦାନ୍ତ କେଉଁଠିକୁ ଚାଲାଣ ହେଉଥିଲା ? ରାଜ୍ୟ ବାହାର ଲିଙ୍କ ରହିଛି କି ? ମାଷ୍ଟରମାଇଣ୍ଡ କିଏ ? ରାଜ୍ୟର ଆଉ କେଉଁ ସବୁ ସ୍ଥାନରେ ଗ୍ୟାଙ୍ଗ ଏହି କାମ କରୁଛି ସେ ନେଇ ବନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories