www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ ଘୋଷଣା ; ଆସନ୍ତା ବୁଧବାରଠାରୁ ୧୯ ତାରିଖ ପର୍ଯ୍ୟନ୍ତ ସଂପୂର୍ଣ୍ଣ ତାଲାବନ୍ଦ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ ଦିନ ପାଇଁ ସଂପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି। ଚଳିତ ମେ ମାସ ରାଜ୍ୟରେ ଚଳିତ ମେ ମାସ ୫ ତାରିଖ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ରାଜ୍ୟରେ ୧୪ ଦିନ ପାଇଁ ତାଲାବନ୍ଦ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ସକାଳ ସକାଳ ୬ରୁ ୧୨ଟା ମଧ୍ୟରେ ୫୦୦ ମିଟର ଦୂରତା ପର୍ଯ୍ୟନ୍ତ ଚାଲିଚାଲି ଯାଇ ଲୋକେ କୋଭିଡ କଟକଣା ପାଳନ ସହିତ ପନିପରିବା କିଣିପାରିବେ। ପରିସ୍ଥିତି ଅଣାୟତ ହେବାକୁ ଯାଉଥିବା ଲକ୍ଷ୍ୟକରି ରାଜ୍ୟ ସରକାର ଶେଷ ପଦକ୍ଷେପ ସ୍ୱରୂପ ଏଭଳି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ଶେଷ ଅସ୍ତ୍ର ଭାବରେ ପ୍ରୟୋଗ କରାଯିବାକୁ କହିଥିଳେ। ଉଭୟ ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେବାକୁ ସରକାର ପ୍ରୟାସ କରୁଥିଲେ। କିନ୍ତୁ ଜୀବନ ପ୍ରଥମେ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରିବା ପରେ ରାଜ୍ୟ ସରକାର ବହୁ ବିଚାର ବିମର୍ଷ କରି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।
ରାଜ୍ୟରେ କରୋନା ଦ୍ୱିତୀୟ ଲହରର ସଂକ୍ରମଣ ସହିତ ମୃତ୍ୟୁସଂଖ୍ୟା ବୃଦ୍ଧି ସମସ୍ତଙ୍କ ଚିନ୍ତା ବଢାଇ ଦେଇଥିବାବେଳେ ଏହି ତାଲାବନ୍ଦ ଘୋଷଣା ପରିସ୍ଥିତି ସୁଧାରିବାରେ ସହାୟକ ହେବ ବୋଲି ଚିକିତ୍ସା ବିଶେଷଜ୍ଞମାନେ ମତ ଦେଇଛନ୍ତି। ସଂପ୍ରତି ଗୁରୁତର କରୋନା ଆକ୍ରାନ୍ତଙ୍କ ପାଇଁ ଏବେ ରାଜ୍ୟରେ ଡାକ୍ତରଖାନାଗୁଡିକରେ ଶଯ୍ୟାଭାବ ସମସ୍ୟା ଦେଖାଦେଇଛି। ରାଜ୍ୟର ଅନେକ ସ୍ଥାନରୁ ଏଭଳି ଅଭିଯୋଗ ଆସିବାରେ ଲାଗିଛି। ତାହାଭିତରେ ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଥିବା ସୀମିତ ସଂଖ୍ୟକ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟସେବା କର୍ମଚାରୀ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି। ଦିନକୁ ଦିନ କରୋନା ସଂକ୍ରମଣ ଜନିତ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାବେଳେ ସରକାରଙ୍କ ପକ୍ଷରୁ ସପ୍ତାହାନ୍ତ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ସହିତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଥିଲା। ତେବେ ସେଥିରୁ ଆଶାନୁରୂପ ସୁଫଳ ପରିଲକ୍ଷିତ ହେଲାନାହିଁ। ଶେଷରେ ସରକାର ତାଲାବନ୍ଦ ଭଳି ପଦକ୍ଷେପ ନେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories