ନୂଆଦିଲ୍ଲୀ : ଦେଶରେ ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟାରେ ୪ ଲକ୍ଷ ମୁହାଁ ହୋଇଛି ନୂଆ ସଂକ୍ରମିତଙ୍କ ସଂଖ୍ୟା। ଆଉ ୩ ଲକ୍ଷ ୯୨ ହଜାର ୪୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧,୯୫,୫୭,୪୫୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୩,୬୮୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨,୧୫,୫୪୨ରେ ପହଞ୍ଚିଛି। ଦିନକରେ ୩,୦୭,୮୬୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୧,୫୯,୯୨,୨୭୧ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୩,୪୯,୬୪୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
Popular Categories



