www.samajalive.in
Wednesday, December 10, 2025
16.1 C
Bhubaneswar

ଝିଅ ହେବ ତ ଏମିତି – ୧୨ଶହ କିଲୋମିଟର ସାଇକେଲ ଚଳାଇ ପିତାଙ୍କୁ ଘରକୁ ନେଲା ଝିଅ

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣ ଯୋଗୁ ଲକ ଡାଉନ ସମୟରେ୧୩ ବର୍ଷ ବୟସର ଝିଅ ଜ୍ୟୋତି କୁମାରୀ ତାଙ୍କ ପିତାଙ୍କୁ ହରିୟାଣାର ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପ୍ରାୟ ୧୨ ଶହ କିଲୋମିଟରରୁ ଅଧିକ ସାଇକେଲରେ ବସାଇ ଘରକୁ ନେବା ଏବେ ଚର୍ଚାର ବିଷୟ ପାଲଟିଛି। ବିବିସି ହିନ୍ଦୀ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ ଜ୍ୟୋତିଙ୍କ ପିତା ମୋହନ ପାସୱାନ୍ ଗୁରୁଗ୍ରାମରେ ଜଣେ ଇ-ରିକ୍ସା ଡ୍ରାଇଭର ଥିଲେ କିନ୍ତୁ ଜାନୁଆରୀରେ ଏକ ଦୁର୍ଘଟଣାରେ ତାଙ୍କ ବାମ ଗୋଡରେ ଆଘାତ ଲାଗିଥିଲା। ଜ୍ୟୋତି ଦୁର୍ଘଟଣା ପରଠାରୁ ତାଙ୍କ ପିତାଙ୍କ ସହ ରହୁଥିଲେ ଏବଂ ତାଙ୍କର ଯତ୍ନ ନେଉଥିଲେ। ଲକ ଡାଉନ ସମୟରେ କୌଣସି କାମ ନ ଥିବାରୁ ପାସୱାନ୍ ଏବଂ ତାଙ୍କ ଝିଅଙ୍କ ପାଖରେ ଖାଦ୍ୟ କିଣିବା ପାଇଁ ସମ୍ବଳ ନ ଥିଲା। ଦେଖନ୍ତୁ ଭିଡିଓ (ସୌଜନ୍ୟ – ବିବିସି ହିନ୍ଦୀ)

- Advertisement -

ଅନ୍ୟ ପକ୍ଷରେ ଘର ମାଲିକ ସେମାନଙ୍କୁ ଭଡା ଦେବାକୁ ଚାପ ପକାଉଥିଲେ। ଯଦିଓ ପାସୱାନ୍ ସାଇକେଲରେ ବିହାରକୁ ଫେରିବା ସପକ୍ଷରେ ନଥିଲେ, ଝିଅ ଜ୍ୟୋତି ତାଙ୍କୁ ପ୍ରବର୍ତ୍ତାଇଥିଲେ ଏବଂ ଶେଷରେ ସେ ରାଜି ହୋଇଥିଲେ। ଏହି ଯାତ୍ରା କଷ୍ଟ ଦାୟକ ଥିଲା କିନ୍ତୁ ସମ୍ଭବ ହୋଇପାରିଲା ବୋଲି ଝିଅ ଜ୍ୟୋତି କହିଛନ୍ତି। ସେ କହିଛନ୍ତି ଯେ, “ରାସ୍ତାରେ ଯାହା ସାହାଯ୍ୟ ପାଇଲୁ ଆମେ ଆଗକୁ ବଢ଼ିଲୁ। କିଛି ଲୋକ ଆମକୁ ଖାଦ୍ୟ ଦେଲେ। ଆମେ ମଧ୍ୟ ଦୁଇ ଦିନ ଭୋକରେ ମଧ୍ୟ ରହିଥିଲୁ।”

ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଝିଅ ଈଭାଙ୍କା ଟ୍ରମ୍ପ ବିହାରର ଝିଅ ଜ୍ୟୋତିଙ୍କ ନିଜ ପିତାଙ୍କୁ ସାଇକେଲରେ ବସାଇ ଆଣିଥିବା ଭିଡିଓ ଦେଖିଥିଲେ ଓ ଜ୍ୟୋତିଙ୍କୁ ପ୍ରଶଂସା କରିଛନ୍ତି। ସେ ତାଙ୍କ ଟ୍ୱଇଟରେ ଭାରତୀୟଙ୍କ ସାହସ ଓ ଧୈର୍ଯ୍ୟର ପ୍ରଶଂସା କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories