www.samajalive.in
Friday, December 5, 2025
26.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଶପଥ ନେଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ… ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଲଲିତଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ… ଶପଥ ପାଠ ଉତ୍ସବରେ ଜଷ୍ଟିସ ଲଲିତ କହିଲେ, ମାମଲା ତାଲିକାରେ ସ୍ୱଚ୍ଛତା ଆଣିବା ହେବ ମୋର ପ୍ରୟାସ …

(୨) ବାସୁଦେବପୁର ବ୍ଲକରେ ଭୟାବହ ଅଗ୍ନିକାଣ୍ଡ… ରୋଡରେ ଥିବା ଆରତି ଆଲମାରୀ କାରଖାନାରେ ଲାଗିଲା ନିଆଁ… ଜଳିଗଲା ୧ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ସାମଗ୍ରୀ… ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ସର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ଅନୁମାନ… ନିଆଁକୁ ଆୟତ୍ତ କରୁଛି ଦମକଳ ବାହିନୀ…

- Advertisement -

(୩) କଟକ ମୁଣ୍ଡୁଳି ବ୍ରିଜରେ ପୁଣି ଅଭାବନୀୟ ଘଟଣା… ମହାନଦୀକୁ ଡେଇଁଲେ ଯୁବକ… ପୋଲ ଉପରେ ରହିଛି ସ୍କୁଟି…ଯୁବକଙ୍କ ପରିଚୟ ଅସ୍ପଷ୍ଟ… ଘଟଣାସ୍ଥଳରୁ ଯୁବକଙ୍କୁ ଉଦ୍ଧାର ପାଇଁ ଚାଲିଛି ପ୍ରୟାସ…

(୪) କରୋନା ଫାଶରୁ ମୁକୁଳୁଛି ଓଡ଼ିଶା… ଧୀରେ ଧୀରେ କୁମଛି ଦୈନିକ ସଂକ୍ରମଣ… ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୮୯ ସଂକ୍ରମିତ… ଗୋଟିଏ ଦିନରେ ସୁସ୍ଥ ହେଲେ ୨୮୬ ଆକ୍ରାନ୍ତ… ରାଜ୍ୟରେ କୋଟ୍‌ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧,୯୮୯…

(୫) ପୁଣି ବିଦ୍ୟୁତ୍‌ ନେଲା ଆଉ ଏକ ଦନ୍ତାର ଜୀବନ… ସାତକୋଶିଆ ଜଗନ୍ନାଥପୁରରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ… ବାରହା ଶିକାର ପାଇଁ ବିଦ୍ୟୁତ୍‌ ଫାଶ ବସାଇଥିଲା ଶିକାରୀ… ଦନ୍ତା ମୃତ୍ୟୁ ନେଇ ସୂଚନା ଦେଲେ ଆରସିସିଏଫ୍‌ ଯୋଗାନନ୍ଦ…

(୫) ରାଜଧାନୀରେ ଅଳିଆ ବିବାଦକୁ ନେଇ ବସିବ ବୈଠକ… ଦାରୁଠେଙ୍ଗ ଗାଁର ପ୍ରତିନିଧିଙ୍କ ସହ ହେବ ଆଲୋଚନା… ବୈଠକରେ ଉପସ୍ଥିତ ରହିବେ ଭୁବନେଶ୍ୱର ମେୟର, କମିଶନରଙ୍କ ସମେତ ଅନ୍ୟଅଧିକାରୀ.. ଗାଁରେ ଅଳିଆ ପକାଇ ନଦେବାକୁ ଜିଦରେ ଅଛନ୍ତି ଦାରୁଠେଙ୍ଗବାସୀ…

(୬) ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ପାକିସ୍ତାନ… ବଡ଼ ଧରଣର ବନ୍ୟା ଯୋଗୁ ଘୋଷଣା ହେଲା ଜରୁରୀକାଳୀନ ପରିସ୍ଥିତି… ବନ୍ୟା ଯୋଗୁ ଯାଇଛି ହଜାରେରୁ ଅଧିକ ଲୋକଙ୍କ ଜୀବନ… ବାସହରା ହୋଇଛନ୍ତି ୩କୋଟିରୁ ଊର୍ଦ୍ଧ୍ଵ ଲୋକ…

(୭) ଓଡ଼ିଶାକୁ ଆସି ନବୀନଙ୍କୁ ଟାର୍ଗେଟ କଲେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ.. କହିଲେ କୃଷକଙ୍କୁ ନେଇ ରାଜନୀତି କରୁଛନ୍ତି ନବୀନ… ଓଡ଼ିଶାରେ ନାହିଁ ସାର ସମସ୍ୟା… ଆବଶ୍ୟକୀୟ ସାର ଯୋଗାଇ ଦେଉଛି କେନ୍ଦ୍ର… ରାଜ୍ୟରେ ସାର ଅଭାବକୁ ବିଶ୍ବାସ ନକରିବାକୁ କଲେ ଅପିଲ..

 

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories