(୧) ଆସନ୍ତାକାଲି ଓଡ଼ିଶା ଦେଖିବ ସୂର୍ଯ୍ୟ କିରଣ ସୋ’… କୁଆଖାଇ ନଦୀ ପଠାରେ ଚାଲିଛି ଜୋରଦାର ଅଭ୍ୟାସ… ରାଜଧାନୀର ଆକାଶରେ ହେବ ଶକ୍ତି ଏବଂ ସୌର୍ଯ୍ୟ ପ୍ରଦର୍ଶନ… ଦୁଃସାହସିକ ସୂର୍ଯ୍ୟ କିରଣ ସୋ’ ପ୍ରଦର୍ଶନ କରିବେ ବାୟୁ ବୀର… ଭିଡ଼ ନିୟନ୍ତ୍ରଣ କରିବାକୁ ମୁତୟନ ହେବେ ୨୦ ପ୍ଲାଟୁନ ପୁଲିସ ସହ ୧୦୦ ଅଫିସର…
(୨) ଆକ୍ସନରେ ଆନ୍ଧ୍ରପ୍ରଦେଶ ପୁଲିସ… ପୁଳାପୁଳା ମଦ ବୋତଲ ଉପରେ ଚଢ଼ାଇଲା ବୁଲ ଡୋଜର… ୨.୪୩ ଲକ୍ଷ ମଦ ବୋତଲକୁ ପୁଲିସ ଭାଙ୍ଗିକଲା ଚୁରମାର… ନଷ୍ଟ କରାଯାଇଥିବା ମଦର ଆନୁମାନିକ ମୂଲ୍ୟ ୫.୪୭ କୋଟି ଟଙ୍କା… ତେଲେଙ୍ଗାନାରୁ ବେଆଇନ୍ ମଦ ଚାଲାଣ ହେଉଥିବା ସୂଚନା…
(୩) ଖୁବଶୀଘ୍ର କୃଷକ ପାଇପାରନ୍ତି ପିଏମ୍ କିସାନ ଟଙ୍କା… ଚାଷୀଙ୍କ ଖାତାକୁ କେତେବେଳେ ବି ଆସିପାରେ ଦ୍ୱାଦଶ କିସ୍ତି… ଗତ ୩୧ ମେ’ରେ ଟାଙ୍କା ପାଇଥିଲେ ଚାଷୀ.. ପ୍ରତ୍ୟେକ ୪ ମାସ ବ୍ୟବଧାନରେ କୃଷକଙ୍କୁ ୨ହଜାର ଲେଖାଏଁ ଦେଉଛନ୍ତି କେନ୍ଦ୍ର ସରକାର… ଯୋଜନାରେ ବାର୍ଷିକ ମିଳୁଛି ମୋଟ୍ ୬ ହଜାର ଟଙ୍କା…
କାନ ଭିତରେ ପଶିଛି ସାପ; ଦେଖନ୍ତୁ ଭିଡିଓ
(୪) ରାଜ୍ୟରେ ଆଉ ୨୮୬ କରୋନା ଆକ୍ରାନ୍ତ ଚିହ୍ନଟ… ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୩୬ ସଂକ୍ରମିତ… ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଛନ୍ତି ମୋଟ୍ ୧ହଜାର ୬୮୫ ସକ୍ରିୟ ଆକ୍ରାନ୍ତ … କରୋନାକୁ ମାତ୍ ଦେବାକୁ ଏବେ ବି ଜାରି ରହିଛି ଟିକାକରଣ…
(୫) ୨୦୨୪ ପାଇଁ ଅଣ୍ଟା ଭିଡୁଛି ବିଜେପି… ରାଜ୍ୟରେ ବିଜେଡିକୁ ଗାଦିଚ୍ୟୁତ କରିବାକୁ କରୁଛି କସରତ.. ଆଜି ପୁରୀରେ ପ୍ରଶିକ୍ଷଣ ଶିବିରର ତୃତୀୟ ଦିନ… ଯୋଗଦେବେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷ… ରାଜନୈତିକ ରଣନୀତି ଉପରେ ହେବ ରୋଡ ମ୍ୟାପ୍ ପ୍ରସ୍ତୁତ…
(୬) ମହାନଦୀରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ଯୁବକ… ସକାଳୁ ସକାଳୁ ଯୁବକଙ୍କୁ ଏକ ଟାପୁରୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ… ମୁଣ୍ଡୁଳିରୁ ପ୍ରାୟ ୩ କିମି ଦୂର ଅନନ୍ତପୁର ଯାଏ ଭାସିଯାଇଥିଲେ ଯୁବକ… ଗତଗାଲି ରାତି ୯ଟା ବେଳେ ମୁଣ୍ଡୁଳି ବ୍ରିଜରୁ ମହାନଦୀକୁ ଡେଇଁ କରିଥିଲେ ଆତ୍ମହତ୍ୟା ଉଦ୍ୟମ…
(୭) ବାଲେଶ୍ଵରର ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ ପରଲୋକ… ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା… ସେ ୧୯୮୫ରୁ ୧୯୯୦ ଯାଏ ବିଧାୟକ ଥିଲେ ଗୋପ… ଗୋପ ନାରାୟଣଙ୍କ ବିୟୋଗରେ ବାଲେଶ୍ୱରରେ ଶୋକର ଛାୟା…



