www.samajalive.in
Saturday, December 6, 2025
26.1 C
Bhubaneswar

୪ ବର୍ଷରେ ଗଲାଣି ୧୨୫ ଯବାନଙ୍କ ଜୀବନ; ଏହି କାରଣରୁ ବଢୁଛି ଆତଙ୍କୀ ଆକ୍ରମଣ

ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀରରେ ବିଗତ ୪ ବର୍ଷ ମଧ୍ୟରେ ୧୨୫ ଯବାନଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀ ଆକ୍ରମଣରେ ଏହି ଯବାନମାନେ ଶହୀଦ ହୋଇଛନ୍ତି। ତେବେ ଗୁଇନ୍ଦା ବିଫଳତା ଯୋଗୁ ଆତଙ୍କବାଦୀ ଆକ୍ରମଣ ଘଟୁଥିବା ଏବଂ ଯବାନଙ୍କ ଜୀବନହାନି ହେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଗୁଇନ୍ଦା ସୂଚନାର ଅଭାବ ସେନାର ଆତଙ୍କବାଦୀ ନିରୋଧୀ ଅଭିଯାନ ଲାଗି ଏକ ବଡ଼ ଆହ୍ବାନ ପାଲଟିଛି। ଅନ୍ୟପଟେ ଚୀନ ସହିତ ବିବାଦ ଉପୁଜିବା ପରଠାରୁ ଏଲଓସିରୁ କିଛି ସୈନ୍ୟ ପ୍ରତ୍ୟାହାର କରାଯାଇ ଚୀନ ସୀମାରେ ମୁତୟନ ହୋଇଛନ୍ତି। ଫଳରେ ଏଲଓସିରେ କମ ସୈନ୍ୟ ମୁତୟନର ସୁଯୋଗ ନେଇ ପାକିସ୍ତାନୀ ଆତଙ୍କବାଦୀ ସୀମାରେ ଅନୁପ୍ରବେଶ କରୁଥିବା ଜଣାପଡ଼ିଛି।

ଗତ କିଛି ମାସ ମଧ୍ୟରେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗତ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକ ବସିଥିଲା। ଏଥିରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଡୋଡା ଜିଲାରେ ଆତଙ୍କବାଦୀଙ୍କ ସହିତ ଗୁଳିବିନିମୟ ଘଟଣା ସମେତ ଅନ୍ୟ ଆତଙ୍କବାଦୀ ଆକ୍ରମଣ ଘଟଣାର ସମୀକ୍ଷା ହୋଇଥିଲା। ଜାମ୍ମୁ-କାଶ୍ମୀରରେ ଅତିରିକ୍ତ ସୈନ୍ୟ ଏବଂ କେନ୍ଦ୍ରୀୟ ବାହିନୀ ମୁତୟନ ସାଙ୍ଗକୁ ନୂଆ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଉପରେ ବୈଠକରେ ଗୁରୁତ୍ଵ ଦିଆଯାଇଥିଲା।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories