ଦ୍ୱାରଶୁଣି :ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ନିୟlବସlଣ ନିକଟରେ ୧୦୨ ଆମ୍ବୁଲାସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ସାଇକେଲ ଆରୋହିଙ୍କ ନାମ ସାମlନାଥ ସିଂ(୭୫) । ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ବଡ଼ ମେଡ଼ିକାଲକୁ ନିଆଯାଇଥିଲା। କ୍ଷତିପୁରାଣ ଦାବିରେ ଜନସାଧାରଣ ରାସ୍ତା ଅବରୋଧ କରିଥିଲେ । ଘଟଣା ସମ୍ପର୍କରେ ପୋଲିସ ଜାଣି ଆନ୍ଦୋଳନକାରିଙ୍କୁ ଭୁଝାସୁଝା କରିଥିଲେ। ବୁଝାସୁଝା କରିବାରେ ବିଫଳ ହୋଇଥିଲେ। ଆମ୍ବୁଲାନ୍ସ ମାଲିକଙ୍କ ହସ୍ତକ୍ଷେପ ପରେ ସମସ୍ତ ଖର୍ଚ୍ଚ ବୁଝିବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।



