www.samajalive.in
Saturday, December 6, 2025
19.1 C
Bhubaneswar

ନାବାଳିକା ଦୁଷ୍କର୍ମ ଘଟଣା: ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ୧୨ ହଜାର ଜରିମାନା

ଫୁଲବାଣୀ: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଆଜି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଦୋଷୀକୁ ୧୨ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଫିରିଙ୍ଗିଆ ଥାନା ଅଂଚଳର ବିନୋଦ ନାୟକ।

ଘଟଣା ଅନୁଯାୟୀ, ୨୦୧୭ ଅଗଷ୍ଟ ୧୮ ତାରିଖ ରେ ୫ ବର୍ଷର ଜଣେ ନାବାଳିକା ତାଙ୍କ ସାଙ୍ଗମାନଙ୍କ ସହ ଖେଳୁଥବା ବେଳେ ସେହି ଗ୍ରାମର ବିନୋଦ ତାଙ୍କୁ କୌଶଳ କରି ଘରକୁ ଡାକି ନେଇଥିଲେ। ଘର ଭିତରେ ନାବାଳିକାଙ୍କୁ ସେ ବିବସ୍ତ୍ର କରି ଅସଦାଚାରଣ କରୁଥବା ସମୟରେ ନାବାଳିକାଙ୍କ ବାପା ଝିଅକୁ ଖୋଜି ସେଠାରେ ପହଞ୍ଚିଥିଲେ। ଘରର କବାଟ ଖୋଲିବା ପରେ ବିନୋଦ ଦୁଷ୍କର୍ମରେ ଲିପ୍ତ ଥିବା ଦେଖିବାକୁ ପାଇଥିଲେ ପିଡିତାଙ୍କ ବାପା। ଝିଅକୁ ସେଠାରୁ ଉଦ୍ଧାର କରି ଆଣିବା ପରେ ସେ ଫିରିଙ୍ଗିଆ ଥାନାରେ ଏତାଲା ଦେଇଥିଲେ। ଏତଲା ଅଧାରରେ କେସ ନଂ ୭୪ା୧୭ରେ ଏକ ମାମଲା ରୁଜୁ କରି ବିନୋଦଙ୍କୁ ଗିରଫ କରିଥିଲା। ଫୁଲବାଣୀ ପୋକ୍ସୋ କୋର୍ଟ ବିଚାରପତି ସମର ବିଳାସ ବେହେରା ୯ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories