www.samajalive.in
Monday, December 8, 2025
14.1 C
Bhubaneswar

ବାର୍ଷିକ ୧ ବିଲିଅନ ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟ; ବିନିଯୋଗ ହେବ ୧.୨୨ ଲକ୍ଷ କୋଟି ଟଙ୍କା

 ୩୯ଟି ଫାଷ୍ଟ ମାଇଲ ସଂଯୋଗୀକରଣ ପ୍ରକଳ୍ପରେ ୧୪,୨୦୦ କୋଟି ନିବେଶ
 ୩୪,୬୦୦ କୋଟି ବିନିଯୋଗରେ ଚିହ୍ନଟ ହେବ ୧୫ଟି ଗ୍ରୀନଫିଲ୍ଡ ପ୍ରକଳ୍ପ

ଆଗାମୀ ୨୦୨୩-୨୪ ସୁଦ୍ଧା ଏକ ବିଲିୟନ ଟନ କୋଇଲା ଉତ୍ପାଦନ କରି ଦେଶକୁ କୋଇଲା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ  ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଏକ ଦୀର୍ଘସୂତ୍ରୀ ଯୋଜନା ହାତକୁ ନିଆଯାଇଛି ।  କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ) କୋଇଲା ଉତ୍ତୋଳନ ଭିତ୍ତିଭୂମି ଓ ପ୍ରକଳ୍ପ ବିକାଶ କ୍ଷେତ୍ରରେ ବୈଷୟିକ ଜ୍ଞାନର ଉପଯୋଗ କରି ୫୦୦ଟି ପ୍ରକଳ୍ପ ପାଇଁ ୧.୨୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ । ପ୍ରସ୍ତାବିତ ୧.୨୨ ଲକ୍ଷ କୋଟି ବିନିଯୋଗ ମଧ୍ୟରୁ ସିଆଇଏଲ କୋଇଲା ପ୍ରକଳ୍ପ ପ୍ରସ୍ତୁତି ଭିତ୍ତିଭୂମି ବାବଦକୁ ୩୬,୬୯୬ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଖଣି ଭିତ୍ତିଭୂମି ବାବଦକୁ ୨୫, ୧୧୭ କୋଟି, ପ୍ରକଳ୍ପ ବିକାଶ ପାଇଁ ୨୯,୪୬୧ କୋଟି, ବୈଷୟିକ ଜ୍ଞାନ ଓ ବିଭିନ୍ନ ସ୍ଥାନକୁ ନେବା ପାଇଁ ୩୨,୧୯୯ କୋଟି, ସାମାଜିକ ଭିତ୍ତିଭୂମି ପାଇଁ ୧,୪୯୫ କୋଟି ଏବଂ ଉତ୍ତୋଳନ କାର୍ୟ୍ୟ ପାଇଁ ୧,୮୯୩ କୋଟି ଟଙ୍କା ୨୦୨୩-୨୪ ମଧ୍ୟରେ ଖର୍ଚ୍ଚ ହେବ ।

ସିଆଇଏଲ ପକ୍ଷରୁ ଆୟୋଜିତ ଭିଡିଓ କନଫରେନ୍ସ ଜରିଆରେ ଏହାର ଅଂଶୀଦାରମାନଙ୍କୁ ସମ୍ବୋଧନ କରି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହା କହିଛନ୍ତି । ଅଂଶୀଦାରମାନଙ୍କର କମ୍ପାନୀ ବ୍ୟାପାରରେ ପ୍ରତ୍ୟକ୍ଷ ସହଯୋଗ ଯୋଗୁଁ ପ୍ରକଳ୍ପ ବିକାଶ ପାଇଁ ଥିବା ବାଧାବିଘ୍ନ ଦୂର ହୋଇପାରିବ। ଉଭୟଙ୍କ ସହଯୋଗ ଯୋଗୁଁ ନୂତନ ଚିନ୍ତାଧାରାର ଉପଯୋଗ ହୋଇପାରିବ ବୋଲି ଶ୍ରୀ ଯୋଶୀ କହିଛନ୍ତି ।

- Advertisement -

ଅଂଶୀଦାରମାନଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଯେ କୋଲ ଇଣ୍ଡିଆ ସହିତ ବ୍ୟବସାୟ ପାଇଁ ବିଶେଷ ସୁଯୋଗ ରହିଛି । ୨୦୨୩-୨୪ ସୁଦ୍ଧା କମ୍ପାନୀ ଏହାର ୪୯ଟି ଫାଷ୍ଟ ମାଇଲ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଦୁଇଟି ପର୍ୟ୍ୟାୟରେ ୧୪,୨୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ । ପ୍ରଥମରେ କୋଇଲା ବୋଝେଇ ସ୍ଥାନରୁ ଖଲାସ ସ୍ଥାନ ପର୍ଯ୍ୟନ୍ତ ଫାଷ୍ଟ ମାଇଲ ସଂଯୋଗୀକରଣରେ ପରିବହନ କରାଯିବ । ଏହାର ମୂଳ ଉଦ୍ଦେଶ୍ୟ କୋଇଲା ପରିବହନ କ୍ଷେତ୍ରରେ ଉନ୍ନତି ଆଣିବା । ବର୍ତ୍ତମାନ ଦୁଇଟି ସ୍ଥାନ ମଧ୍ୟରେ ହେଉଥିବା ସଡକ ପରିବହନ ପରିବର୍ତ୍ତେ ଏଥିପାଇଁ କମ୍ପ୍ୟୁଟରର ସହାୟତା ନିଆଯିବ ।

ଭବିଷ୍ୟତରେ ରପ୍ତାନି କମ କରି ଅଧିକ କୋଇଲା ଉତ୍ପାଦନ ସୁନିଶ୍ଚିତ କରିବା ପାଇଁ କୋଲ ଇଣ୍ଡିଆ ୧୫ଟି ଗ୍ରୀନଫିଲ୍ଡ ପ୍ରକଳ୍ପ ଚିହ୍ନଟ କରିଛି । ଏହି ପ୍ରକଳ୍ପଗୁଡ଼ିକୁ ମାଇନ ଡ଼େଭ୍ଲପର ଏଣ୍ଡ ଅପରେଟର (ଏମଡିଓ) ଜରିଆରେ କରାଯିବ । ଏଥିପାଇଁ ମୋଟ ୩୪,୬୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ବେଳେ ୨୦୨୪ ଆର୍ଥିକ ବର୍ଷ ସୁଦ୍ଧା ୧୭ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ପ୍ରକଳ୍ପ ପ୍ରସ୍ତୁତି ଭିତ୍ତିଭୂମି ବାବଦରେ କୋଲ ଇଣ୍ଡିଆକୁ ବହୁଳ ବ୍ୟୟ କରିବାକୁ ପଡିଥାଏ । ରେଳ ବ୍ୟବସ୍ଥା ପାଇଁ ୧୩ ହଜାର କୋଟି, ରେଳ ସ୍ଲାଇଡିଂ ପାଇଁ ୩,୧୦୦ କୋଟି, ନିଜର ୱାଗନ କ୍ରୟ ବାବଦକୁ ୬୭୫ କୋଟି ଏହିପରି ୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ୧୬,୫୦୦ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି । ବୈଠକରେ କେନ୍ଦ୍ର  କୋଇଲା ସଚିବ  ଅନିଲ କୁମାର ଜୈନ, କୋଲ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ  ପ୍ରମୋଦ ଅଗ୍ରୱାଲ, ସିଆଇଏଲର ବରିଷ୍ଠ ଅଧିକାରୀମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories