www.samajalive.in
Friday, December 5, 2025
26.1 C
Bhubaneswar

ଏକ ଲକ୍ଷ ଟଙ୍କା ଲୁଟ ଘଟଣାରେ ଜଣେ ଗିରଫ, ୭୦ ହଜାର ଜବତ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ପୁଲିସକୁ ମିଳିଛି ବଡ଼ ସଫଳତା। ଗତ ୨୯ ତାରିଖରେ ଷ୍ଟେଟବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇ ଘରକୁ ଯାଉଥିବା ବେଳେ କରଞ୍ଜିଆ କଲେଜ ଛକ ନିକଟରେ କ୍ଷୀର କିଣି ମଟର ସାଇକେଲ ଡିକିରେ କ୍ଷୀର ରଖିବା ବେଳେ, ଛିନତାଇ କରିଥିବା ଘଟଣାରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଅଞ୍ଚଳର ଗୋପୀ ଦାସ ନାମକ ଯୁବକୁ ଯାଜପୁର ରୋଡ଼ ନିକଟରୁ ଗିରଫ କରିଛି ପୁଲିସ। କରଞ୍ଜିଆ ପୁଲିସ, ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କ ଏକ ସ୍ୱତନ୍ତ୍ର ଟିମ ଗତକାଲି ବିଳମ୍ବିତ ରାତିରେ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ସତ୍ୟବିକାଶ ଭୁଆଁଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ଚଢାଉ କରି ଲୁଟରେ ସାମିଲ ଥିବା ଉକ୍ତ ଯୁବକକୁ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ଯୁବକଠାରୁ ୭୦ ହଜାର ଟଙ୍କା ମଧ୍ୟ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଉପଖଣ୍ଡ ପୁଲିସ ଅଧିକାରୀ । ଅବସରପ୍ରାପ୍ତ ଶିକ୍ଷକ ରହିଣା ମହାନ୍ତଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲୁଟ ନେଇ ଏକ ମାମଲା ପରେ ପୋଲିସ ବିଭିନ୍ନ ଦିଗ ଯାଞ୍ଚପରେ ଏଇ ସଫଳତା ପାଇଥିଲା । କିଛି ଦିନ ହେବ କରଞ୍ଜିଆ ଅଞ୍ଚଳରେ କଳା ପଲସର ଆତଙ୍କ ଖେଳିଯାଇଥିଲା ବେଳେ ଏପରି ଏକ ବଡ଼ ସଫଳତା ପାଇଛି କରଞ୍ଜିଆ ପୁଲିସ । ତେବେ ଏହି ଛିନତାଇ ଘଟଣାରେ ଅନ୍ୟ ଅଭିଯୁକ୍ତ କଲିକତା ଅଞ୍ଚଳର ହଇଥିବା ବେଳେ ତାଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଉପଖଣ୍ଡ ପୁଲିସ ଅଧିକାରୀ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories