www.samajalive.in
Saturday, December 6, 2025
26.1 C
Bhubaneswar

ମଦର ଅଫ ମ୍ୟାଙ୍ଗୋ ଟ୍ରି

ଆମ୍ବ ଏପରି ଏକ ଫଳ ଯାହା ଖାଇବାକୁ ସଭିଏଁ ବେଶ ପସନ୍ଦ କରନ୍ତି। ମାତ୍ର ଆମ୍ବ ସହ ଜଡ଼ିତ କେତେକ କଥା ରହିଛି, ଯାହା ହୁଏତ ସଭିଏଁ ଜାଣି ନଥିବେ। ସାଧାରଣତଃ ଅଧିକାଂଶ ଲୋକେ ଖରାଦିନକୁ ଅଧିକ ପସନ୍ଦ କରି ନଥାଆନ୍ତି। ମାତ୍ର ଏକ ବିଶେଷ କାରଣ ରହିଛି ଯାହା ଏହି ଦିନକୁ ସ୍ୱତନ୍ତ୍ର କରିଥାଏ। କାରଣ ଫଳ ମାନଙ୍କର ରାଜା ଆମ୍ବର ଏହା ଋତୁ। ଦେଶରେ ଆମ୍ବର ବହୁ ପ୍ରଜାତି ରହିଛି। ଯାହା ଭିନ୍ନ ଭିନ୍ନ ରାଜ୍ୟ ଅନୁଯାୟୀ ଆମ୍ବ ପ୍ରସିଦ୍ଧ। ଆଜି ଜାଣନ୍ତୁ ମଦର ଅଫ ମ୍ୟାଙ୍ଗୋ ଟ୍ରି (ଆମ୍ବ ଗଛମାନଙ୍କର ମାଆ) ବିଷୟରେ। ଆମ୍ବର ଏପରି ଏକ ଗଛ ବିଷୟରେ ଜାଣନ୍ତୁ, ଯାହା ୨୦୦ ବର୍ଷ ହେବ ନିଜ ଫଳ ଦ୍ୱାରା ଲୋକ ପାଟିକୁ ମିଠା ସ୍ୱାଦ ପ୍ରଦାନ କରି ଆସୁଛି। ଏହି ଆମ୍ବ ଗଛ ଦଶହରୀ ଆମ୍ବର। ଏହି ଆମ୍ବ ଖୁବ ପ୍ରସିଦ୍ଧ। ଯାହାର ରପ୍ତାନୀ ବିଦେଶକୁ ମଧ୍ୟ କରାଯାଉଛି। ଦଶହରୀ ଆମ୍ବର ପ୍ରଥମ ଗଛ ଲଖନଉ ନିକଟରେ ଦଶହରୀ ଗାଁରେ ଲଗାଯାଇଥିଲା। ଗାଁର ନାମ ଅନୁଯାୟୀ ହିଁ ଏହି ଆମ୍ବର ନାମ ଦଶହରୀ ରଖାଯାଇଛି। ଦଶହରୀ ଆମ୍ବର ପ୍ରଥମ ଗଛ ହିଁ ମଦର ଅଫ ମ୍ୟାଙ୍ଗୋ ଟ୍ରି ନାମରେ ଜଣାଶୁଣା। ଦଶହରୀ ଆମ୍ବ ଉତ୍ପାଦନରେ ଉତ୍ତରପ୍ରଦେଶ ପ୍ରଥମ ବୋଲି କୁହାଯାଏ।
ଉତ୍ତରପ୍ରଦେଶ ବ୍ୟତୀତ ଦଶହରୀ ଆମ୍ବ ଏବେଆନ୍ଧ୍ରପ୍ରଦେଶ ମଧ୍ୟ କରାଯାଉଛି। ଏହି ବିଶେଷ ପ୍ରଜାତି ଆମ୍ବକୁ ନେପାଳ,ପାକିସ୍ଥାନ,ମ୍ୟାଲେସିୟା,ହଙ୍ଗକଙ୍ଗ, ସିଙ୍ଗାପୁର ଓ ଦକ୍ଷିଣ କୋରିୟା ପର୍ୟ୍ୟନ୍ତ ରପ୍ତାନୀ କରାଯାଏ।

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories