ନୂଆଦିଲ୍ଲୀ : ଇସ୍ରାଏଲ୍ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଏହି ଯୁଦ୍ଧରେ ପ୍ରାୟ ୫ ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଲେଣି। ମଙ୍ଗଳବାର ଗାଜାର ଏକ ହସ୍ପିଟାଲରେ ରକେଟ୍ ମାଡ ହୋଇ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହା ମଧ୍ୟରେ ହମାସ ଇସ୍ରାଏଲ୍ ଉପରେ ଆଉ ଏକ ଦୋଷାରୋପ କରିଛି। ଏକ ଚର୍ଚ୍ଚ ପରିସରରେ ଇସ୍ରାଏଲ୍ ଆକ୍ରମଣ କରିଥିବା ନେଇ ହମାସ ଅଭିଯୋଗ କରିଛି।
ହମାସ କହିବାନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଗାଜାର ଏକ ଚର୍ଚ୍ଚ ପରିସରରେ ଆକ୍ରମଣ ଫଳରେ ଆଶ୍ରୟ ନେଇଥିବା ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ଏହାସହ ଅନେକ ଲୋକେ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଫଲସ୍ତିନୀ ଅଞ୍ଚଳରେ ସଂଘର୍ଷ ହେବା ପରେ ଗାଜାର ଅନେକ ବାସିନ୍ଦା ଚର୍ଚ୍ଚରେ ଆଶ୍ରୟ ନେଇଥିଲେ। ଆକ୍ରମଣ ଧାର୍ମିକ ସ୍ଥଳର ଅତି ନିକଟରେ କରାଯାଇଛି। ଏହାମଧ୍ୟରେ ଇସ୍ରାଏଲ୍ ସେନା କହିଛି,ଏହି ଆକ୍ରମଣର ତଦନ୍ତ କରାଯାଉଛି।
ଗାଜାର ଏକ ଚର୍ଚ୍ଚରେ ଆକ୍ରମଣ ; ଅନେକ ଲୋକଙ୍କ ମୃତ୍ୟୁ
Popular Categories



