www.samajalive.in
Saturday, December 6, 2025
26.1 C
Bhubaneswar

ପେଟ୍ରୋଲ ଗାଡି ଠାରୁ ଶସ୍ତା ହେବ ବୈଦ୍ୟୁତିକ ଗାଡି ; ଉପକୃତ ହେବେ ଜନତା

ନୂଆଦିଲ୍ଲୀ : ବୈଦ୍ୟୁତିକ ଯାନ ଆସନ୍ତା ବର୍ଷ ଠାରୁ ପେଟ୍ରୋଲ ଦ୍ୱାରା ଚାଳିତ ଯାନ ଭଳି ଶସ୍ତା ହେବ। କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି। ନଭେମ୍ବର ୧ରେ ଏକ କାର୍ଯ୍ୟକ୍ରମରେ ସାରା ଦେଶରେ ବୈଦ୍ୟୁତିକ ବସକୁ ପୁଣି ଥରେ ଚଳାଇବା ପାଇଁ ବିଭିନ୍ନ ସରକାରୀ ଯୋଜନା ମଧ୍ୟ ଘୋଷଣା କରାଯାଇଛି। ଗଡ଼କରୀଙ୍କ କହିବାନୁଯାୟୀ, ଭାରତରେ ବିକ୍ରି ହେଉଥିବା ବୈଦ୍ୟୁତିକ ଯାନ ସଂଖ୍ୟା ୮୦୦% ବୃଦ୍ଧି ହୋଇଛି।
ଭାରତରେ ୨୦୨୨ରେ ପ୍ରାୟ ୧୭ ଲକ୍ଷ ବୈଦ୍ୟୁତିକ ଯାନ ପଞ୍ଜିକରଣ କରାଯାଇଛି। ଭାରତରେ ୧.୫ ଲକ୍ଷ ବସ ରହିଛି, ଏହାମଧ୍ୟରୁ ୯୩% ଡିଜେଲ ଦ୍ୱାରା ଚାଲୁଛି। ଅନ୍ୟ କିଛି ପୁରୁଣା ଖରାପ ହୋଇ ସାରିଛି। କେନ୍ଦ୍ର ମନ୍ତ୍ରୀଙ୍କ କହିବାନୁଯାୟୀ,ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରିବା ଲକ୍ଷ୍ୟ ହାସଲ କରିବା ପାଇଁ ସରକାର ଏହି ସମସ୍ତ ବସ୍‌‌କୁ ବୈଦ୍ୟୁତିକ ବସରେ ପରିଣତ କରିବା ପାଇଁ ଯୋଜନା କରୁଛନ୍ତି।
ଗଡକରୀଙ୍କ କହିବାନୁଯାୟୀ, ନିକଟ ଭବିଷ୍ୟତରେ ଭାରତରେ ହାଇଡ୍ରୋଜେନ୍‌‌ ରୁ ଚାଲୁଥିବା କାରର ଉତ୍ପାଦନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ହାଇଡ୍ରୋଜେନ୍‌‌ ପ୍ରସ୍ତୁତ ପାଇଁ ବର୍ତ୍ତମାନ ୩ଟି ପ୍ରକ୍ରିୟାରେ କଳା ହାଇଡ୍ରୋଜେନ୍‌‌ , ମାଟିଆ ହାଇଡ୍ରୋଜେନ୍‌‌ ଓ ସବୁଜ ହାଇଡ୍ରୋଜେନ୍‌‌ ର ବ୍ୟବହାର କରାଯାଇଥାଏ। କଳା ହାଇଡ୍ରୋଜେନ୍‌‌ ପ୍ରସ୍ତୁତ ପାଇଁ କୋଇଲାର ଆବଶ୍ୟକ ହେଉଥିବା ବେଳେ ମାଟିଆ ହାଇଡ୍ରୋଜେନ୍‌‌ ପାଇଁ ପେଟ୍ରୋଲ ଓ ସବୁଜ ହାଇଡ୍ରୋଜେନ୍‌‌ ପ୍ରସ୍ତୁତ ପାଇଁ ପାଣିର ଆବଶ୍ୟକତା ହୋଇଥାଏ।

ଭାରତରେ ପର୍ଯ୍ୟଟନର ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ଡବଲ ଡେକର (୨ଟି ସ୍ତର ଥିବା) ବସ୍‌‌ର ସଂଖ୍ୟା ବୃଦ୍ଧି କରିବା ଆବଶ୍ୟକ। ଏହାସହ ବସ୍‌‌ର ଭଡା କମ କରିବା ପାଇଁ ମଧ୍ୟ ଯୋଜନା କରାଯାଉଛି। ଏହାଦ୍ୱାରା ସାଧାରଣ ଜନତା ଅଧିକ ଉପକୃତ ହେବେ।
କେନ୍ଦ୍ର ମନ୍ତ୍ରୀ ଏହା ପୂର୍ବରୁ ନାଗପୁରରୁ ପୁଣେ ଯାଏଁ ଏକ ଗ୍ରୀନ ଏକ୍ସପ୍ରେସୱେ ପ୍ରସ୍ତୁତ କରିବା ପାଇଁ ଘୋଷଣା କରିଛନ୍ତି। ଏହାଦ୍ୱାରା ୨ଟି ସହର ମଧ୍ୟରେ ଯାତାୟତର ସମୟ ହ୍ରାସ ହୋଇ ୮ ଘଣ୍ଟା ହେବ । ବର୍ତ୍ତମାନ ଏହା ପ୍ରାୟ ୧୪ ଘଣ୍ଟା ଲାଗୁଛି। ନାଗପୁର –ମୁମ୍ବଇ ସମୃଦ୍ଧି ମହାମାର୍ଗକୁ ନୂଆ ପୁଣେ-ଛତ୍ରପତି ସଭାଞ୍ଜିନଗର (ଔରଙ୍ଗାବାଦ) ଏକ୍ସପ୍ରେସ କଣ୍ଟ୍ରୋଲ ଗ୍ରୀନ ଏକ୍ସପ୍ରେସୱେରୁ ସଭାଞ୍ଜିନଗର ସହ ଯୋଡା ଯିବ। ଫଳରେ ବର୍ତ୍ତମାନ ନାଗପୁର ରୁ ପୁଣେର ଯାତ୍ରା କରିବା ସମୟରେ ଯାତ୍ରୀଙ୍କୁ ହେଉଥିବା ସମସ୍ୟାକୁ କମ କରାଯାଇପାରିବ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories