www.samajalive.in
Monday, December 8, 2025
14.1 C
Bhubaneswar

ପ୍ରଭୁ ରାମଲାଲାଙ୍କ ମୂର୍ତ୍ତିର ରଙ୍ଗ କାହିଁକି କଳା : ଜାଣନ୍ତୁ..

ଲଖନଉ : ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି। ଦର୍ଶନ ଦେଲେ ପ୍ରଭୁ ରାମଲାଲା। ସାରା ଦେଶ ପ୍ରଭୁଙ୍କ ଦିବ୍ୟରୂପକୁ ଦର୍ଶନ କରୁଛି। ସମସ୍ତେ ଖୁସିରେ ଉତ୍ସବ ପାଳନ କରୁଛନ୍ତି। ପ୍ରଭୁଙ୍କ ଏହି ମୂର୍ତ୍ତି ହସୁଥିବା ଅବସ୍ଥାରେ ଦେଖୁଛନ୍ତି। ତେବେ ଏହା ମଧ୍ୟରେ ଅନେକଙ୍କ ମନରେ ପ୍ରଶ୍ନ ଆସୁଛି ପ୍ରଭୁଙ୍କ ମୂର୍ତ୍ତି କଳାରଙ୍ଗର ପଥରରେ କାହିଁକି ତିଆରି ହୋଇଛି?  ସମ୍ପୂର୍ଣ୍ଣ ମୂର୍ତ୍ତିଟି କଳାରଙ୍ଗର। ପ୍ରଭୁଙ୍କର ଏହି ମୂର୍ତ୍ତିକୁ କର୍ଣ୍ଣାଟକର ମୂର୍ତ୍ତିକାର ଅରୁଣ ଯୋଗୀ ରାଜ ତିଆରି କରିଛନ୍ତି। କ’ଣ ଏହାର ବିଶେଷତ୍ୱ ରହିଛି। କେବଳ ମୂର୍ତ୍ତିର ରଙ୍ଗ ନୁହେଁ ଏହା କେଉଁ କାରଣରୁ ୫୧ ଇଞ୍ଚ ହୋଇଛି। ପ୍ରାୟ ୯୯% ଲୋକେ ଏହାର କାରଣ ଜାଣିନଥିବେ। ଏହାର ବିଶେଷତ୍ୱ ହେଉଛି ଏହାକୁ ଗୋଟିଏ ପଥରରେ ନିର୍ମାଣ କରାଯାଇଛି। କୌଣସି ଅନ୍ୟ ପଥରକୁ ଏଥିରେ ଯୋଡା ଯାଇ ନାହିଁ। ଏହି ମୂର୍ତ୍ତିର ଓଜନ ପ୍ରାୟ ୨୦୦ କିଲୋଗ୍ରାମ। ଏହି ମୂର୍ତ୍ତିରେ ଭଗବାନଙ୍କ ୫ବର୍ଷର ପିଲାବେଳର ରୂପ ରହିଛି। ରାମଲାଲାଙ୍କ ଏହି ସୁନ୍ଦର ମୂର୍ତ୍ତିରେ ଭଗବାନ ବିଷ୍ଣୁଙ୍କ ଦଶ ଅବତାର ରହିଛିା ଏହି ଅବତାର ମଧ୍ୟରେ ମତ୍ସ୍‌‌ୟ, କଚ୍ଛପ, ବରାହ, ବାମନ, ନୃସିଂହ, ପରଶୁରାମ, ରାମ, ବଳରାମ, (ଉତ୍ତର ଭାରତରେ ଶ୍ରୀକୃଷ୍ଣଙ୍କୁ ଅଷ୍ଟମ ଅବତାର ରୂପେ ଗ୍ରହଣ କରାଯାଉଥିବା ବେଳେ, ଓଡ଼ିଶାରେ ବଳରାମଙ୍କୁ ଅଷ୍ଟମ ଅବତାର ବୋଲି ଧରାଯାଏ) ବୁଦ୍ଧ, କଳ୍କୀ । ମୂର୍ତ୍ତିକୁ ଧ୍ୟାନର ସହ ଦେଖିଲେ ପ୍ରଭୁଙ୍କ ସମସ୍ତ ଅବତାର ଏଥିରେ ଦେଖିପାରିବେ। ଏପରି ହେବାର କାରଣ ରାମଲାଲା ମଧ୍ୟ ଭଗବାନ ବିଷ୍ଣୁଙ୍କ ଅବତାର। ରାମଲାଲାଙ୍କ ଏହି ମୂର୍ତ୍ତିରେ ଗୋଟିଏ ପଟେ ପ୍ରଭୁ ହନୁମାନ ଓ ଅନ୍ୟ ପଟେ ଗରୁଡ ରହିଛି। ଯାହା ମୂର୍ତ୍ତିର ସୌନ୍ଦର୍ଯ୍ୟକୁ ଆହୁରି ବଢାଉଛି। ରାମଲାଲାଙ୍କ ମୂର୍ତ୍ତିରେ ମୁକୁଟରେ ସୂର୍ଯ୍ୟଦେବତା, ଶଙ୍ଖ,ସ୍ୱସ୍ତିକ, ଚକ୍ର ଓ ଗଦା ମଧ୍ୟ ରହିଛି।

ରାମଲାଲାଙ୍କ ମୂର୍ତ୍ତି କଳାରଙ୍ଗର ହେବାର କାରଣ ଜାଣନ୍ତୁ.. ଏହି ପଥର କୌଣସି ଅନ୍ୟ ପଥର ନୁହେଁ ଏହା ଶାଳଗ୍ରାମ ପଥର। ଏହି ପଥର ଭଗବାନ ରାମଙ୍କ ଶ୍ୱଶୁର ଘର ନେପାଳର ଗଣ୍ଡକ ନଦୀରେ ମିଳିଥାଏ। ଶାଳଗ୍ରାମ ଖୁବ ପବିତ୍ର ପଥର। ହିନ୍ଦୁ ଧର୍ମରେ ଘରେ ଏହି ପଥରର ପୂଜାର୍ଚ୍ଚନା ମଧ୍ୟ କରାଯାଏ। ମାନ୍ୟତା ଅନୁଯାୟୀ ଭଗବାନ ବିଷ୍ଣୁ ଶାଳଗ୍ରାମ ପଥରରେ ବାସ କରିଥାଆନ୍ତି। ଭଗବାନ ରାମଲାଲା ହେଉଛନ୍ତି ବିଷ୍ଣୁଙ୍କ ଅବତାର। ତେଣୁ ଏହି ଶାଳଗ୍ରାମରୁ ରାମଲାଲାଙ୍କ ମୂର୍ତ୍ତି ତିଆରି କରାଯାଇଛି। ଏହି ପଥରରେ ପାଣିର କୌଣସି ପ୍ରଭାବ ପଡେ ନାହିଁ। ପାଣି ଦ୍ୱାରା ପଥରର ଚମକ ଆହୁରି ଅଧିକ ବୃଦ୍ଧି ହୋଇଥାଏ। ଏହି ମୂର୍ତ୍ତିକୁ ୫୧ ଇଞ୍ଚ କରାଯିବାର କାରଣ ଦୂରରୁ ମଧ୍ୟ ପ୍ରଭୁଙ୍କୁ ଦର୍ଶନ କରିହେବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories