www.samajalive.in
Friday, December 5, 2025
20.1 C
Bhubaneswar

କରୋନାରୁ ସୁସ୍ଥ ପରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

କରୋନାରୁ ସୁସ୍ଥ ହେବା ପରେ ଅନେକ ସମୟ ପର୍ଯ୍ୟନ୍ତ ପାଟିର ସ୍ୱାଦ ସଠିକ ଭାବେ ଭଲ ଲାଗିନଥାଏ। ଦୁର୍ବଳତା ମଧ୍ୟ ଅନୁଭବ ହୋଇଥାଏ। ସଠିକ ଭାବେ ଭୋକ ମଧ୍ୟ ହୋଇନଥାଏ। ଗବେଷଣା ମୁତାବକ, କିଛି ଲୋକଙ୍କର ସୁସ୍ଥ ହେବାର ୧୦ ଦିନ ପରେ ମଧ୍ୟ ଲକ୍ଷଣ ରହିଥାଏ। ଅନେକ ଲୋକଙ୍କର ରିପୋର୍ଟ ନେଗେଟିଭ ଆସିବାର ୬୮ ଦିନ ପର୍ଯ୍ୟନ୍ତ ମଧ୍ୟ କିଛି କିଛି ଲକ୍ଷଣ ଦେଖାଯାଇଥାଏ। ଏହାସହ କରୋନାରୁ ସୁସ୍ଥ ହେବା ପରେ କିଛି ଖାଦ୍ୟ ସେବନ କରିବା ଆବଶ୍ୟକ। ସେହିପରି ଅନେକ ଖାଦ୍ୟ କିଛି ଦିନ ପାଇଁ ନିଜ ଠାରୁ ଦୂରେଇ ରଖିବା ମଧ୍ୟ ଉଚିତ। ଜାଣନ୍ତୁ…..
ବିଶେଷଜ୍ଞଙ୍କ ମତରେ କରୋନା ସୁସ୍ଥ ହେବା ପରେ କିଛି ମାସ ପର୍ଯ୍ୟନ୍ତ ଘରେ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ। ବାହାର ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ। ଘରର ଭୋଜନରେ ମଧ୍ୟ ଅଧିକ ତେଲ,ମସଲା,ପୁରୀ,ପରଟା ଆଦି ଅଧିକ ପରିମାଣରେ ଖାଆନ୍ତୁ ନାହିଁ।
ବଜାରରେ ଉପଲବ୍ଧ ପ୍ୟାକେଟ ଜିନିଷ ଖାଆନ୍ତୁ ନାହିଁ। ଅଧିକ ଛଣାଛଣି ଖାଦ୍ୟ ଖାଆନ୍ତୁ ନାହିଁ। ମୃଦ୍ୟୁପାନୀୟ, ଅତ୍ୟଧିକ ମିଠା ଖାଦ୍ୟ ଠାରୁ ନିଜକୁ କିଛି ଦିନ ପାଇଁ ଦୂରେଇ ରଖନ୍ତୁ ।
କରୋନାରୁ ଭଲ ହେବା ପରେ କିଛି ସ୍ୱତନ୍ତ୍ର ଉପାୟ ଆପଣାଇବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।
ନିଜ ସ୍ୱାସ୍ଥ୍ୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ।
ପ୍ରାତଃ ସମୟରେ ଶେଯରୁ ଉଠି କଅଁଳ ଖରାରେ ରୁହନ୍ତୁ। ବ୍ୟାୟମ କରନ୍ତୁ। ଏହାଦ୍ୱାରା ସକରାତ୍ମକ ଶକ୍ତି ଶରୀରରେ ପ୍ରବେଶ କରିଥାଏ। ମାତ୍ର ଅଧିକ ବ୍ୟାୟାମ କରନ୍ତୁ ନାହିଁ।
ଘରେ ରହି ମଧ୍ୟ ଅମ୍ଳଜାନର ସ୍ତର ସଠିକ ରଖନ୍ତୁ। ଆବଶ୍ୟକ ଅନୁଯାୟୀ ପ୍ରାଣାୟମ କରନ୍ତୁ।
ପ୍ରତ୍ୟେକ ଦିନ ସକାଳ ସମୟରେ ଖୁଜରୀ, କିସମିସ,ବାଦାମ ଖାଆନ୍ତୁ। ଏହାକୁ ରାତିରେ ବତୁରାଇ ସକାଳେ ଖାଆନ୍ତୁ। ଶରୀରକୁ ଆବଶ୍ୟକ ପରିମାଣରେ ଏହା ଶକ୍ତି ଯୋଗାଇବା ସହ ଖୁବ ହିତକାରକ।
ନିଜ ଖାଦ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ। ପ୍ରତିଦିନ ଡାଲି ପାଣି ପିଅନ୍ତୁ। ଦିନକ ଛଡା ଦିନେ ପୃଷ୍ଟିକର ଖେଚେଡି ଖାଆନ୍ତୁ।
ଭିଟାମିନ, ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ।
ଦିନକୁ ୨ ଥର ଜିରା,ଧନିଆ, ପାନମଧୁରୀକୁ ଆଦିରେ ଚା’ପ୍ରସ୍ତୁତ କରନ୍ତୁ। ଏହା ଶରୀରରୁ ଅଦରକାରୀ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ମାନସିକ ଦୁଶ୍ଚିନ୍ତା ଦୂର କରିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ଟିଭି ,ମୋବାଇଲ କମ ବ୍ୟବହାର କରିବା ସହ ଆବଶ୍ୟକ ପରିମାଣରେ ଶୁଅନ୍ତୁ। ରାତିରେ ମଧ୍ୟ ଯଥେଷ୍ଟ ପରିମାଣରେ ଶୁଅନ୍ତୁ।
ଏହାସହ ମାସ୍କ ପିନ୍ଧିବା ସହ ସାମଜିକ ଦୂରତା ବଜାୟ ରଖନ୍ତୁ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories