www.samajalive.in
Saturday, December 6, 2025
16.1 C
Bhubaneswar

୧୯୩୩ ମସିହା ୯୦ ବର୍ଷତଳେ ସମାଜରେ ବାହାରିଥିବା ଖବର ଏପରି ଥିଲା

ବାଙ୍କିରେ ବନ୍ୟା ସାହାଯ୍ୟ

ଶ୍ରୀମତୀ ରମାଦେବୀ ଓ ଆଚାର୍ଯ୍ୟଙ୍କ ପରିଦର୍ଶନ

- Advertisement -

କଲିକତା,ତା୨୦୧୨।୩୩: ବାଙ୍କି ବନ୍ୟା ବିପନ୍ନ ଅଞ୍ଚଳ ଅବସ୍ଥା ଓ ସେଠାରେ କମିଟି ପକ୍ଷରୁ ଦିଆଯାଉଥିବା ସାହାଯ୍ୟ କେନ୍ଦ୍ରର ହିସାବ କିତାବ ଓ କାର୍ଯ୍ୟ ଦେଖିବା ପାଇଁ ଓଡ଼ିଶା ବନ୍ୟା ସାହାଯ୍ୟ କମିଟି ପକ୍ଷରୁ ଶ୍ରୀମତୀ ରମାଦେବୀ ଏବଂ ଆଚାର୍ଯ୍ୟ ହରିହର ଦାସ ୨ଦିନ ହେଲା ବାଙ୍କି ଯାଇଛନ୍ତି।

ଜଙ୍ଗଲ ଭିତରେ ମଲାମଣିଷ

ବୋତପୁର, ତା୧୪।୧୨।୩୩: ବୋତପୁର ପାହାଡ଼ରେ ଗୋଟିଏ ଲୋକ ଦଉଡ଼ି ଲଗାଇ ଦେଇଛି। ଗତ ୧୨ତାରିଖ ସକାଳେ ଜଙ୍ଗଲକୁ କେତେଗୁଡ଼ିଏ ଲୋକ କାଠ କାଟିବାକୁ ଯାଆନ୍ତେ, ଦେଖିଲେ ଯେ ଗୋଟିଏ ଲୋକ ଲୁଗା ଦେହରେ ବେକକୁ ବାନ୍ଧି ଅନ୍ୟ କାନିଟି ଗଛ ଡାଳରେ ବାନ୍ଧି ମରି ଝୁଲୁଛି। ଲୋକଟିର ରଙ୍ଗ ଶ୍ୟାମଳ, ବୟସ ୨୩।୨୪ ବର୍ଷ ହେବ। ସେ ଆପେଆପେ ମରିଯାଇଛି କି କେହି ମାରିଦେଇ ଟାଙ୍ଗି ଦେଇଛି, ତାହା ଜଣାପଡ଼ିନାହିଁ। ପୁଲିସ୍ ଇନ୍‌କ୍ବାରୀ ଚାଲିଛି।

ସ୍ପେନ୍ ସରକାର ଭାଙ୍ଗିଲା

ମାଦ୍ରିଦ୍, ତା୧୭।୧୨।୩୩: ସ୍ପେନ୍ ରାଜ୍ୟର ସ୍ପେନ୍ ବାଭିଓଙ୍କ ମନ୍ତ୍ରୀପରିଷଦ ଇସ୍ତଫା ଦେଇଦେଲେଣି। ସଂସ୍କାର ଚାହୁଁଥିବା ଦଳର ନେତା ନୂଆ ସରକାର ଗଢ଼ିବେ, ମାତ୍ର ଏଠା ପାର୍ଲାମେଣ୍ଟର ୪୭୩ଜଣଙ୍କ ଭିତରୁ ତାଙ୍କ ଦଳର ମୋଟ ୧୦୪ଜଣ ଅଛନ୍ତି।

ନୃପେନ୍ଦ୍ରଙ୍କ ମୁଣ୍ଡରେ କଳସ

ଭାରତ ସରକାରଙ୍କ ଆଇନ ମନ୍ତ୍ରୀ ହେଲେ

ମାନ୍ଦ୍ରାଜ୍, ତା୧୮।୧୨।୩୩: ବଡ଼ଲାଟଙ୍କ ଅଫିସ୍‌ରୁ ନିମ୍ନଲିଖିତ ମର୍ମରେ ସରକାରୀ ଇସ୍ତାହାର ପ୍ରକାଶ ପାଇଛି।‘ଭାରତ ସରକାରଙ୍କ ବର୍ତ୍ତମାନ ଆଇନ ମନ୍ତ୍ରୀ ସାର୍ ବ୍ରଜେନ୍ଦ୍ରଲାଲ ମିତ୍ରଙ୍କ କାର୍ଯ୍ୟକାଳ ପୂରିଗଲେ ତାଙ୍କ ଜାଗାରେ ବଙ୍ଗଳାର ଆଡଭୋକେଟ୍ ଜେନେରାଲ୍ ସାର୍ ନୃପେନ୍ଦ୍ର ନାଥ ସରକାରଙ୍କ ଆଇନ ମେମ୍ବର ହୋଇ ବଡ଼ଲାଟଙ୍କ କାର୍ଯ୍ୟକାରୀ କାଉନସିଲ୍ ମେମ୍ବର୍ ନିଯୁକ୍ତି ହେବାରେ ସମ୍ରାଟ ମଞ୍ଜୁରୀ ଦେଇଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories