www.samajalive.in
Monday, December 8, 2025
24.1 C
Bhubaneswar

୫ମ ଟେଷ୍ଟ: ଦୃଢ଼ ସ୍ଥିତି ଆଡ଼କୁ ଅଗ୍ରସର ଇଂଲଣ୍ଡ

ଲଣ୍ଡନ: ଚଳିତ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‍ରେ ମଜ୍‍ଭୁତ ସ୍ଥିତି ଆଡ଼କୁ ଅଗ୍ରସର ହେଉଛି ଘରୋଇ ଇଂଲଣ୍ଡ। ଚଳିତ ସିରିଜ୍‍ରେ ପ୍ରଥମଥର ଖେଳିଥିବା ଦୁଇ ଭାରତୀୟ ହନୁମା ବିହାରୀ ଓ ରବୀନ୍ଦ୍ର ଜାଡ଼େଜା ଭାରତ ପାଇଁ ଅର୍ଦ୍ଧଶତକ ମାରିଛନ୍ତି। ତେବେ ଉଭୟଙ୍କ ପ୍ରୟାସ ସତ୍ତ୍ବେ ଘରୋଇ ଇଂଲଣ୍ଡ ପ୍ରଥମ ଇନିଂସରେ ୪୦ ରନ୍‍ ଆଗରେ ରହିଥିଲା। ପରେ ଇଂଲଣ୍ଡର ବ୍ୟାଟ୍‍ସମ୍ୟାନ୍‍ ୨ୟ ଇନିଂସରେ ଭଲ ବ୍ୟାଟିଂ କରିଛନ୍ତି। ରବିବାର ୩ୟ ଦିନର ଖେଳ ଶେଷରେ ଇଂଲଣ୍ଡ ୨ୟ ଇନିଂସରେ ୨ ୱିକେଟ ହରାଇ ୧୧୪ ରନ୍‍ କରିଛି। ହାତରେ ଆହୁରି ୮ଟି ୨ୟ ଇନିଂସ ୱିକେଟ ବାକିଥିବା ବେଳେ ଏବେ ଇଂଲଣ୍ଡ ୧୫୪ ରନ୍‍ ଆଗରେ ରହିଛି। ଏପରି ସ୍ଥିତିରୁ ମ୍ୟାଚ୍‍କୁ ଫେରିବାକୁ ହେଲେ ଭାରତକୁ କିଛି ଚମତ୍କାର କରିବାକୁ ପଡ଼ିବ।
ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର୍‍ ୩୩୨ ରନ୍‍ ଜବାବରେ ରବିବାର ମ୍ୟାଚ୍‍ର ୩ୟ ଦିନ ଭୋଜନ ବିରତି ପରେ ଭାରତ ପ୍ରଥମ ଇନିଂସରେ ୨୯୨ ରନ୍‍କରି ଅଲ୍‍ଆଉଟ ହୋଇଥିଲା। ଭାରତ ୧୬୦ ରନ୍‍ରେ ୬ଟି ୱିକେଟ ହରାଇଥିଲେ ହେଁ ହନୁମା ବିହାରୀ ଓ ଜାଡ଼େଜା ୭ମ ୱିକେଟ ପାଇଁ ୭୭ ରନ୍‍ ଯୋଡ଼ିବାରୁ ଭାରତର ଏହି ସ୍କୋର୍‍ ସମ୍ଭବ ହୋଇଥିଲା। ୪୦ ରନ୍‍ ଆଗରେ ଥିବାରୁ ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ରହିଛି। ପରେ ଇଂଲଣ୍ଡ ୨ୟ ଇନିଂସରେ ୨ ୱିକେଟରେ ୧୧୪ ରନ୍‍ କରିଛି। କିଟନ ଜେନିଙ୍ଗ୍‍ସ ୧୦ ରନ୍‍କରି ମହମ୍ମଦ ସାମିଙ୍କ ବଲ୍‍ରେ ଆଉଟ ହୋଇଥିଲେ। ପରେ ମୋଇନ୍‍ ଅଲୀ ସ୍କୋର୍‍କୁ ୬୨ ରନ୍‍ରେ ପହଞ୍ଚାଇବା ପରେ ୨୦ ରନ୍‍କରି ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍‍ରେ ବୋଲ୍‍ଡ ହୋଇଥିଲେ। ଓପ୍‌ନର ଆଲଷ୍ଟାୟାର କୁକ୍‍ ଓ ଅଧିନାୟକ ଜୋ ରୁଟ୍‍ ଅବିଭାଜିତ ୩ୟ ୱିକେଟ ପାଇଁ ୫୨ ରନ୍‍ ଯୋଗ କରିଛନ୍ତି। ଜୀବନର ଅନ୍ତିମ ଇନିଂସରେ କୁକ୍‍ ୪୬ ଏବଂ ରୁଟ୍‍ ୨୯ ରନ୍‍କରି ଅପରାଜିତ ଅଛନ୍ତି।
୨ୟ ଦିନ ଶେଷରେ ଭାରତ ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୧୭୪ ରନ୍‍ କରିଥିଲା। ଶେଷ ୪ଟି ୱିକେଟ ବାକିଥିବା ବେଳେ ୧୫୮ ରନ୍‍ ପଛରେ ଥିବା ଭାରତ ପ୍ରଥମ ଇନିଂସରେ ଯେ ଆଗୁଆ ହୋଇପାରିବ; ଏହା କଷ୍ଟକର ମନେ ହୋଇଥିଲା। ତେବେ ୩ୟ ଦିନ ପ୍ରାରମ୍ଭରେ ହନୁମା ବିହାରୀ ଲଢ଼ୁଆ ବ୍ୟାଟିଂ କରିଥିବା ବେଳେ କ୍ରିଜ୍‍ରେ କିଛି ସମୟ ବିତାଇବା ପରେ ରବୀନ୍ଦ୍ର ଜାଡ଼େଜାଙ୍କ ଆତ୍ମବିଶ୍ୱାସ ବଢ଼ିଥିଲା। ଫଳରେ ଦୁହେଁ ସ୍କୋର୍‍କୁ ବଢ଼ାଇ ଚାଲିଥିଲେ। ଜୀବନର ପ୍ରଥମ ଟେଷ୍ଟ ଇନିଂସରେ ହନୁମା ବିହାରୀ ଅର୍ଦ୍ଧଶତକ ମାରିଥିଲେ। ଗୋଟିଏ ଛକା ଓ ୭ଟି ଚୌକା ସହ ୫୬ ରନ୍‍କରି ବିହାରୀ ଆଉଟ ହେବା ସହ ୭୭ ରନ୍‍ର ଭାଗିଦାରୀ ଭାଙ୍ଗି ଯାଇଥିଲା। ଭୋଜନ ବିରତି ପୂର୍ବରୁ ଏହି ଗୋଟିଏ ୱିକେଟ ପଡ଼ିଥିଲା। ବିରତି ପରେ ଈଶାନ୍ତ ଶର୍ମା ୪ ଓ ମହମ୍ମଦ ସାମି ୧ ରନ୍‍କରି ସ୍ପିନରଙ୍କ ଶିକାର ହୋଇଥିଲେ। ପରେ ଜାଡ଼େଜା ଆକ୍ରମଣ ଆରମ୍ଭ କରିଥିଲେ। ଫଳରେ ଶେଷ ୱିକେଟ ପାଇଁ ୩୦ ରନ୍‍ ହୋଇଥିଲା। ଜାଡ଼େଜା ଶେଷ ବଲ୍‍ରେ ସିଙ୍ଗଲ୍‍ ନେବା ପ୍ରୟାସ କରିଥିବା ବେଳେ ଯଶପ୍ରୀତ ବୁମ୍‍ରା ରନ୍‍ଆଉଟ ହୋଇ ଯାଇଥିଲେ। ଫଳରେ ଶତକଠାରୁ ଜାଡ଼େଜା ୧୪ ରନ୍‍ ଏବଂ ଇଂଲଣ୍ଡ ସ୍କୋର୍‍ଠାରୁ ଭାରତ ୪୦ ରନ୍‍ ପଛରେ ରହି ଯାଇଥିଲା। ୯ମ ଟେଷ୍ଟ ଅର୍ଦ୍ଧଶତକ ମାରିଥିବା ଜାଡ଼େଜା ଗୋଟିଏ ଛକା ଓ ୧୧ଟି ଚୌକା ସହ ୮୬ ରନ୍‍କରି ଅପରାଜିତ ଥିଲେ। ବେନ୍‍ ଷ୍ଟୋକ୍‍ସ, ଜେମ୍‍ସ ଆଣ୍ଡରସନ୍‍ ଓ ମୋଇନ୍‍ ଅଲୀ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories