ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲାର ୩ଜଣ ଇନିସ୍ପେକ୍ଟର, ଜଣେ ସବ୍-ଇନିସପେକ୍ଟର ସହିତ ମୋଟ ୩୫ ଜଣ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ଥାନା ଅଧିକାରୀ ରହିଥିବା ଜଣାପଡ଼ିଛି। କରୋନା ମୁକାବିଲାରେ ପୁଲିସ ବାହିନୀ ଅନ୍ୟମାନଙ୍କ ପରି ସମ୍ମୁଖ ଯୋଦ୍ଧା ଭାବରେ କାର୍ଯ୍ୟ କରୁଛନ୍ତି । ଫଳରେ ସେମାନଙ୍କ କ୍ଷେତ୍ରରେ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ସମସ୍ତ ସତର୍କତା ସତ୍ତ୍ବେ ଏତେ ସଂଖ୍ୟ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଜିଲାବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ଜାରି କରାଯାଇଥିବା କଟକଣା ପାଳନ ଡ୍ୟୁଟି ସମୟରେ ଲୋକଙ୍କ ଆକ୍ରୋଶର ଶିକାର ମଧ୍ୟ ହେବାକୁ ପଡୁଛି। ଗତ ୫ ଦିନ ତଳେ ସେହିପରି ସମ୍ମୁଖ ଯୋଦ୍ଧା ଜଣେ ପୁଲିସ କରୋନା ସଂକମିତ ହୋଇ ସହିଦ ହୋଇଛନ୍ତି । ଏଣୁ ଜିଲ୍ଲାବାସୀଙ୍କୁ ସମସ୍ତ ପ୍ରକାରର କୋଭିଡ ମାର୍ଗଦର୍ଶିକା ଓ କଟକଣା ପାଳନ କରିବା କୁହାଯାଇଛି। ଜରୁରି କାମଥିଲେ ହିଁ ମାସ୍କ ପିନ୍ଧି ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି।
Popular Categories



