୧୦ରାଜ୍ୟରେ ୧୪ଆସନରେ ଉପନିର୍ବାଚନ; କିଏ ଆଗରେ କିଏ ପଛରେ…

0
ନୂଆଦିଲ୍ଲୀ: ଦେଶର ୪ଟି ଲୋକସଭା ଆସନ ଓ ୧୦ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଗୁରୁବାର ଏହାର ପରିଣାମ ପ୍ରକାଶିତ ହୋଇଛି। ଏହି ସମସ୍ତ ଆସନଗୁଡ଼ିକ ମଧ୍ୟରୁ ଉତ୍ତରପ୍ରଦେଶର କୈରାନା ଓ ମହାରାଷ୍ଟ୍ରର ପାଲଘର ଲୋକସଭା ଆସନ ଉପରେ ପ୍ରମୁଖ ରାଜନୈତିକ ଦଳ ନଜର ରଖିଛନ୍ତି। ପାଲଘର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଗୋବିତ ବିଜୟୀ ହୋଇଛନ୍ତି। ୨୦୧୯ରେ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନକୁ ବେଶ୍‍ ଗୁରୁତର ସହ ଗ୍ରହଣ କରିଛନ୍ତି ସମସ୍ତ ରାଜନୈତିକ ଦଳ। ବର୍ତ୍ତମାନ ଭୋଟରଙ୍କ ମାନସିକତା ଏହି ଉପନିର୍ବାଚନ ମାଧ୍ୟମରେ ଜଣାପଡ଼ିବ ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମତ। ଅପରପକ୍ଷରେ ବିଜେପି ଓ ଅଣବିଜେପି ମେଣ୍ଟ ମଧ୍ୟରେ ଅଧିକାଂଶ ଆସନରେ ନିର୍ବାଚନ ହେଉଛି। ଏଭଳି ପରିସ୍ଥିତିରେ ଏହି ଉପନିର୍ବାଚନ ଉଭୟ ବିଜେପି ଓ ଅଣ ବିଜେପି ମେଣ୍ଟ ମଧ୍ୟରେ କିଏ ଦେଶବାସୀଙ୍କ ବିଶ୍ୱାସଭାଜନ ହେଉଛି ଏହା ଉପରେ ସମସ୍ତଙ୍କ ନଜର ରହିଛି।
ଉତ୍ତରପ୍ରଦେଶ: କୈରାନା ଲୋକସଭା ଆସନରେ ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି)ପ୍ରାର୍ଥୀ ତବୁସମ୍‍ ହସନ ବିଜୟୀ ହୋଇଛନ୍ତି। ନିକଯତମ ପ୍ରତିନ୍ଦ୍ବନ୍ଦ୍ବୀ ତଥା ବିଜେପିର ମୃଗାଙ୍କ ସିଂହଙ୍କ ପାଇଁ ଏହି ଆସନରେ ବିଜୟୀ ହେବା କାଠିକର ପ୍ରମାଣିତ ହେଉଛି।
ମହାରାଷ୍ଟ୍ର: ଭଣ୍ଡାରା ଗୋନ୍ଦିଆ ଲୋକସଭା ଆସନରେ ଏନସିପି ପ୍ରାର୍ଥୀ ମଧୁକରରାଓ କୁକଡ଼ ନିର୍ବାଚନରେ ବିଜୟୀ ହୋଇଛନ୍ତି।
ନାଗାଲ୍ୟାଣ୍ଡ: ନାଗାଲ୍ୟାଣ୍ଡର ଏକମାତ୍ର ଲୋକସଭା ଆସନରେ ଏନଡିପିପି ଓ ବିଜେପି ସହଯୋଗୀ ପାର୍ଟି ପିଡିଏ ମେଣ୍ଟ ପ୍ରାର୍ଥୀ ତୋଖୋହୋ ୟୋପଥାମି ବିଜୟୀ ହୋଇଛନ୍ତି।
ବିଧାନସଭା ଆସନ……
ଉତ୍ତରପ୍ରଦେଶ: ନୂରପୁର ବିଧାନସଭା ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ନିମୁଲ ଉଲ ହସନ୍‍ ବିଜୟୀ। ନିକଟତମ ପ୍ରତିନ୍ଦ୍ବନ୍ଦୀ ତଥା ବିଜେପି ପ୍ରାର୍ଥୀ ଅଭନୀ ସିଂହଙ୍କୁ ୬୨୧୧ଖଣ୍ଡ ଭୋଟରେ ପରାଜିତ କରିଛନ୍ତି ନିମୁଲ।
ବିହାର: ଜୋକିହାଟ ବିଧାନସଭା ଆସନରେ ଜେଡିୟୁ ଓ ଆରଜେଡି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ତେବେ ଆରଜେଡି ପ୍ରାର୍ଥୀ ସାହନବାଜ ଆଲମ ୩୪୬୪୯ଟି ଭୋଟରେ ଆଗରେ ରହିଛନ୍ତି।
ଉତ୍ତରାଖଣ୍ଡ: ଥରେଲି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ମୁନ୍ନି ଦେବୀ ୧୮୭୨ଟି ଭୋଟରେ ବିଜୟୀ।
କେରଳ: ଚେଙ୍ଗନୂର ବିଧାନସଭା ଆସନରେ ସିପିଆଇ(ଏମ) ପ୍ରାର୍ଥୀ ୨୦ହଜାର ଭୋଟରେ ବିଜୟୀ ହୋଇଛନ୍ତି।
ଝାଡ଼ଖଣ୍ଡ: ସିଲ୍ଲୀରେ ଜେଏମଏମ ପ୍ରାର୍ଥୀ ସିମା ଦେବୀ ବିଜୟୀ। ଗୋମିଆ ଆସନରେ ବିଜେପି ପ୍ରାର୍ଥୀ ମାଧବଲାଲ ସିଂହ ୬୫୪୯ଖଣ୍ଡ ଭୋଟରେ ଆଗରେ।
ପଞ୍ଜାବ: ଶାହକୋଟ ଆସନରେ କଂଗ୍ରେସ ପ୍ରାର୍ଥୀ ହରଦେବ ସିଂହ ବିଜୟୀ।
ପଶ୍ଚିମବଙ୍ଗ: ମହେଶତଲା ଆସନରେ ଟିଏମସିର ଦୁଲାଲ ଦାସ ୬୨୮୯୬ ଖଣ୍ଡ ଭୋଟରେ ବିଜୟୀ।
ମେଘାଳୟ: ଅଂପାତୀ ଆସନରେ କଂଗ୍ରେସ ପ୍ରାର୍ଥୀ ମିୟାନି ଡି ଶିରା ୩୧୯୧ମୋଟରେ ଆଗରେ ଅଛନ୍ତି।
କର୍ଣ୍ଣାଟକ: ରାଜରାଜେଶ୍ୱରୀ ଆସନରେ କଂଗ୍ରେସ ପ୍ରାର୍ଥୀ ମୁନ୍ନରତ୍ନା କବିର ୨୩ହଜାର ଭୋଟରେ ଆଗରେ ଅଛନ୍ତି।
ମହାରାଷ୍ଟ୍ର: ପଲୁସ କଡ଼େଗାଓ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ବିଶ୍ୱଜିତ କଦମ ର୍ନିଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି।
Leave A Reply