www.samajalive.in
Saturday, December 6, 2025
26.1 C
Bhubaneswar

ସ୍ମାର୍ଟସିଟି ମିଶନ୍‌: ୨ ସହରକୁ ମିଳିଛି ୩୮୪ କୋଟି

ଭୁବନେଶ୍ୱର: ସ୍ମାର୍ଟସିଟି ମିଶନ୍‌ରେ ଅଦ୍ୟାବଧି କେନ୍ଦ୍ର ସରକାର ଓଡ଼ିଶାକୁ ୩୮୪ କୋଟି ଟଙ୍କା ଅନୁଦାନ ମିଳିଛି। ଏଥି ମଧ୍ୟରୁ ଭୁବନେଶ୍ବରକୁ ୧୯୬ କୋଟି ଏବଂ ରାଉରକେଲା ପାଇଁ ୧୮୮ କୋଟି ଟଙ୍କା ମିଳିଛି। ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି। ହସ୍ତଗତ ସୂଚନା ଅନୁସାରେ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପରେ ଏହି ଅନୁଦାନ ରାଶି ଖର୍ଚ୍ଚ କରାଯାଉଛି। ଏଥି ମଧ୍ୟରୁ ସ୍ମାର୍ଟ ଜନପଥ ନିର୍ମାଣ ପାଇଁ ୮୨.୨୯ କୋଟିରୁ ୨୦.୯୧ କୋଟି ଟଙ୍କା ମିଳିଛି। ସେହିପରି ଆଡାପଟିଭ୍ ଟ୍ରାଫିକ୍ ସିଗନାଲ ସିଷ୍ଟମ୍ ପାଇଁ ୧୪.୬୯ କୋଟିରୁ ୬.୧୩ କୋଟି, ରାଜମହଲ ଛକ ବହୁତଳ କାର୍ ପାର୍କିଂ ପାଇଁ ୪୬.୮ କୋଟିରୁ ୧.୬୫ କୋଟି, ସହିଦନଗର ବହୁତଳ ପାର୍କିଂ ପାଇଁ ୩୦.୯୫ କୋଟିରୁ ୨.୬୭ କୋଟି, ଖାରବେଳନଗର ଠାରେ ରେଣ୍ଟାଲ ହାଉସିଂ ସ୍କିମ୍ ପାଇଁ ୬.୦୭ କୋଟିରୁ ୫.୬୮ କୋଟି, ସହିଦନଗରରେ ସ୍ମାର୍ଟ ପାର୍କ ପାଇଁ ୨.୨୪ କୋଟିରୁ ୧.୭୪ କୋଟି, ସହିଦନଗର ଠାରେ ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସର୍ଭିସ୍ ସେଣ୍ଟର ପାଇଁ ୩.୪ କୋଟିରୁ ୧.୦୨ କୋଟି ଟଙ୍କା ମିଳିଛି। ଅପରପକ୍ଷେ ମାଷ୍ଟର ସିଷ୍ଟମ୍ ଇଣ୍ଟିଗ୍ରେଟର୍ ପାଇଁ ୭୩୩ କୋଟି ଟଙ୍କା ବ୍ୟୟଅଟକଳ କରାଯାଇ ଥିବା ବେଳେ ୧୧୭.୫୯ କୋଟି, ଜନକୈନ୍ଦ୍ରିକ ସ୍ମାର୍ଟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ୧.୬୫ କୋଟିରୁ ୧ କୋଟି ଟଙ୍କା, ଭୁବନେଶ୍ବର ଟାଉନ୍ ସେଣ୍ଟର ଡିଷ୍ଟ୍ରିକ୍ଟକୁ ମୁକ୍ତାକାଶ ମଳତ୍ୟାଗ ଅଞ୍ଚଳ କରିବା ପାଇଁ ୩୪.୫୦ ଲକ୍ଷ ଟଙ୍କାରୁ ୩୦.୦୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସ୍ମାର୍ଟସିଟି ମିଶନ୍‌ରେ ୮୨ କୋଟି ଟଙ୍କା ବ୍ୟୟରେ ୟୁନିଟ୍-୯ ଠାରେ ବିଏମ୍‌ସି କାର୍ଯ୍ୟାଳୟ ଓ ସିଟି ଅପରେସନ୍ ସେଣ୍ଟର ନିର୍ମାଣ, ୬.୮୬ କୋଟି ଟଙ୍କାରେ ବାପୁଜୀନଗର ଇଣ୍ଟିଗ୍ରେଟେଡ୍‌ ପବ୍ଲିକ୍ ସର୍ଭିସ୍ ସେଣ୍ଟର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍‌ ଅଧୀନରେ ଇଣ୍ଟିଗ୍ରେଟେଡ୍‌ କମାଣ୍ଡ ଆଣ୍ଡ କ​‌େ​‌ଣ୍ଟ୍ରାଲ ସେଣ୍ଟର ନିର୍ମାଣ ପାଇଁ ୩୨୬ କୋଟି, ବିର୍ସା ମୁଣ୍ଡା ଷ୍ଟାଡିୟମ୍ ପୁନରୁଦ୍ଧାର ପାଇଁ ୧୨୯ କୋଟି, ସ୍ମାର୍ଟ ବସ୍ ସେଲ୍ଟର ପାଇଁ ୧୦ କୋଟି, ସ୍ମାର୍ଟ ସଡ଼କ ଫେଜ୍ ୧ ପାଇଁ ୨୬.୪୭ କୋଟି ଓ ଫେଜ୍-୨ ପାଇଁ ୮୫.୬ କୋଟି, ସରକାରୀ କୋଠାରେ ସୋଲାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୮୫ କୋଟି, ୬ଟି ପାର୍କ ପାଇଁ ୬.୫ କୋଟି, ବ୍ରାହ୍ମଣୀ ନଦୀ ଅବବାହିକା ଉନ୍ନୟନ ଫେଜ୍-୧ ପାଇଁ ୧୨୦ କୋଟି ଓ ଫେଜ୍-୨ ପାଇଁ ୧୫୦.୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories