www.samajalive.in
Sunday, December 7, 2025
14.1 C
Bhubaneswar

୨୨ରେ କୋର୍ଟମିତ୍ରଙ୍କ ପୁରୀ ଗସ୍ତ; ଶ୍ରୀମନ୍ଦିର ପାଇଁ ନୂଆ ସୁରକ୍ଷା ପ୍ରଶାସକ

ନୂଆଦିଲ୍ଲୀ: ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ପାଇଁ ସୁପିମକୋର୍ଟଙ୍କ ଦ୍ୱାରା ନବନିଯୁକ୍ତ କୋର୍ଟମିତ୍ର ରଣଜିତ କୁମାର ଚଳିତ ମାସ ୨୨ ଓ ୨୩ରେ ଦୁଇ ଦିନିଆ ପୁରୀ ଗସ୍ତ କରିବେ। କୋର୍ଟମିତ୍ର ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡ଼ିତ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବେ। ଫ୍ରେବୃଆରୀ ୨୭ରେ କୋର୍ଟମିତ୍ରଙ୍କ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି କରିବେ ବୋଲି ବିଚାରପତି ଏ କେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। କୋର୍ଟମିତ୍ରଙ୍କ ଗସ୍ତ ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲାପାଳ ଓ ପୁରୀ ଜିଲା ଜଜ ଉପସ୍ଥିତ ରହି ସହଯୋଗ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ସେହିପରି ବିମାନଭଡ଼ା ଓ ଗସ୍ତ ବାବଦ ଅନ୍ୟାନ୍ୟ ଖର୍ଚ୍ଚକୁ ରାଜ୍ୟ ସରକାର ବହନ କରିବେ। ଗତ ଜୁଲାଇ ୫ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେବିଷୟରେ ଆସନ୍ତା ୨୭ ଶୁଣାଣି ପୂର୍ବରୁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ନବ ନିଯୁକ୍ତ କୋର୍ଟମିତ୍ର ରଣଜିତ କୁମାର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରି ବାସ୍ତବ ସ୍ଥିତି ବିଷୟରେ ଅବଗତ ହେବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁଯାୟୀ କୋର୍ଟମିତ୍ରଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୁପ୍ରିମକୋର୍ଟ ଚୁଡ଼ାନ୍ତ କରିଛନ୍ତି। ବିନା ବାଧାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଧାଡ଼ି ଦର୍ଶନ ସପକ୍ଷରେ ଆଜି କୋର୍ଟମିତ୍ର ରଣଜିତ କୁମାର ମାମଲାର ଶୁଣାଣିବେଳେ ତର୍କ ରଖି ଶ୍ରୀଜୀଉଙ୍କ ଦର୍ଶନ ଅଭିଳାଷୀ ଭକ୍ତ ଅସୁବିଧା ଭୋଗୁଥିବା କୋର୍ଟମିତ୍ର ଖଣ୍ଡପୀଠଙ୍କୁ ଜଣାଇଥିଲେ।

ଶ୍ରୀମନ୍ଦିର ପାଇଁ ନୂଆ ସୁରକ୍ଷା ପ୍ରଶାସକ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ନୂଆ ସୁରକ୍ଷା ପ୍ରଶାସକ ଭାବେ ମଙ୍ଗଳବାର ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ରାଉରକେଲାରେ ଅତିରିକ୍ତ ଏସ୍‌ପି ଭାବେ କାର୍ଯ୍ୟରତ ଶ୍ରୀ ମହାପାତ୍ରଙ୍କୁ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭାବେ ଅବସ୍ଥାପିତ କରାଯାଇଛି। ପ୍ରଫୁଲ କୁମାର ମିଶ୍ରଙ୍କ ଚାକିରିରୁ ଅବସର ପରେ ଏହି ପଦବୀ ଖାଲି ପଡିଥିଲା। ଶ୍ରୀ ମହାପାତ୍ର ଖୁବ୍‌ଶୀଘ୍ର କାର୍ଯ୍ୟରେ ଯୋଗଦେବେ ବୋଲି ସୂଚନା ମିଳିଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories