www.samajalive.in
Wednesday, December 10, 2025
14.1 C
Bhubaneswar

ସ୍ମାର୍ଟଭ୍ୟାଲୁ କପ କ୍ରିକେଟ: ଟାଇଗର୍ସ ଚମ୍ପିଆନ

ଭୁବନେଶ୍ୱର: ଜାତୀୟ କ୍ରୀଡା ଦିବସ ଅବସରରେ ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡା ଓ ସ୍ୱାସ୍ଥ୍ୟପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସ୍ମାର୍ଟ ଭ୍ୟାଲୁ ପକ୍ଷରୁ ରାଜ୍ୟସ୍ତରୀୟ ଦିନିକିଆ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିଥିଲା ବେଳେ ଫାଇନାଲରେ ସ୍ମାର୍ଟ ଟାଇଗର୍ସ ୨୦ରନରେ ସ୍ମାର୍ଟ ବ୍ଲାଷ୍ଟରକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା। ଓୟୁଏଟି ଗ୍ରାଉଣ୍ଡରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଟସ୍‍ ଜିତି ଟାଇଗର୍ସ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ବିନୟଙ୍କ ୩୭ ଓ କମଲଙ୍କ ୨୦ରନ ବଳରେ ଦଳ ୮ ଓଭରରେ ୨ ଉଇକେଟ ହରାଇ ୮୪ରନ ସଂଗ୍ରହ କରିଥିଲା। ଜବାବରେ ବ୍ଲାଷ୍ଟର ଦଳ ୬ ଉଇକେଟରେ ୬୫ କରି ୨୦ରନରେ ପରାଜିତ ହୋଇଥିଲା। ସେମିଫାଇନାଲରେ ଟାଇଗର୍ସ ଦଳ ଷ୍ଟ୍ରାଇକର୍ସକୁ ଓ ବ୍ଲାଷ୍ଟର ଦଳ ହଣ୍ଟରକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ପ୍ରତିଯୋଗିତାକୁ ବିଏମସି ମେୟର ଅନନ୍ତ ନାରାୟଣ ଜେନା ଉଦ୍‍ଘାଟନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ସ୍ମାର୍ଟ ଭ୍ୟାଲୁର ସିଇଓ ଏସ.କ୍ରିଷ୍ଣମୂର୍ତ୍ତି ଯୋଗଦେଇ ବିଜୟୀ ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଆଞ୍ଚଳିକ ଅଧିକାରୀ ରୋଜାଲିନ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories